ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି, ଆଜି ଭୁବନେଶ୍ୱରରେ ୧୧ଟି ସ୍ଥାନରେ ୨୩୬୦ଜଣଙ୍କର ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଆସନ୍ତାକାଲି ସମସ୍ତ ଜିଲ୍ଲାରେ ପୁଣି ଟିକାକରଣ ହେବ । ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେକେଣ୍ଡ ଡୋଜ ପାଇଁ ୧ ଲକ୍ଷ ୭୩ ହଜାର ୬୬ ଜଣ ବାକି ଅଛନ୍ତି। କେତେକ ସ୍ଥାନରେ ମାଇନର ସାଇଡ ଇଫେକ୍ଟ ଦେଖାଯାଉଛି। ଯେଉଁ ସ୍ଥାନରେ ଟିକା ଦିଆଯାଉଛି ସେଠି ଫୁଲା ରହୁଛି। ଆଉ କିଛି କ୍ଷେତ୍ରରେ ଜ୍ଵର ଟିକିଏ ରହୁଛି।

Advertisment

publive-image Moneylife

ଗତ ୨୩ ତାରିଖରେ ନୂଆପଡ଼ାର ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତବାନ୍ତି କରିଥିଲେ। ତାଙ୍କୁ ବୁର୍ଲା ହସ୍ପିଟାଲ ପଠାଯାଇଥିଲା। ସେଠି ତାଙ୍କର ବ୍ରେନ ହାମରେଜ ହୋଇଥିବା ଜଣା ପଡ଼ିଲା। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ଟିକା ନେବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ ବି ତେବେ ଶବ ବ୍ୟବଚ୍ଛେଦ ପରେ ଏହା ଟିକାକରଣଜନିତ ମୃତ୍ୟୁ ନୁହେଁ ବୋଲି ଜଣାପଡ଼ିଛି। ଏଯାବତ୍ ମୋଟ ୧୯ ଜଣଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ।
ଦ୍ଵିତୀୟ ପର୍ଯ୍ୟାୟରେ ସେସନ ସିଡ୍ୟୁଲ ହେବ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମୟକୁ ବର୍ଦ୍ଧିତ କରାଯାଇଛି। ସେମାନଙ୍କ ତାଲିକା ଚଳିତ ମାସ ୩୧ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।