ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ ଅଭିନେତା ପ୍ରିୟସୁନ୍ଦର ମିଶ୍ରଙ୍କର ପରଲୋକ ହୋଇଛି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ହୃଦ୍ଘାତ ଯୋଗୁଁ ଗୁରୁବାର ଦିନ ତାଙ୍କ ବାଲିଅନ୍ତା ବାସଭବନରେ ପରଲୋକ ହୋଇଛି। ସ୍ୱର୍ଗତ ମିଶ୍ର ଅନେକ ଓଡ଼ିଆ ଚଳଚ୍ଚିତ୍ର ସାଙ୍ଗକୁ ଧାରାବାହିକ ଓ ଟେଲି ଫିଲ୍ମରେ ଅଭିନୟ କରିଥିଲେ। ପେସାରେ ଓକିଲାତି କରିଥିଲେ ମଧ୍ୟ ନିଶା ଥିଲା ତାଙ୍କର ଅଭିନୟ। ଅଭିନୟ ଜଗତରେ ବେଶ୍ ପରିଚିତ ହୋଇଥିଲେ।
ଶ୍ରୀଜଗନ୍ନାଥ ଧାରାବାହିକର ସାଧବ ପୁଅଙ୍କ ବାପା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଓଡ଼ିଆ ଚଳଚ୍ଚିତ୍ରରେ କ୍ରାନ୍ତିଧାରା, ଜଗନ୍ନାଥ ଧାମ ପୁରୀ, ତୋ ସାଥେ ବନ୍ଧା ମୋ ଜୀବନ, ଲଭ୍ ଷ୍ଟେସନ୍, ସନ୍ଦେହୀ ପ୍ରିୟତମା ଆଦିରେ ଅଭିନୟ କରିଥିଲେ। ସେହିପରି ଧାରାବାହିକ ପଣତ କାନି, ଟେଲିଫିଲ୍ମ ପ୍ରାୟଶ୍ଚିତରେ ଅଭିନୟ କରିଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ କଳାକାର ତାଙ୍କ ବାସଭବନରେ ତାଙ୍କର ଶେଷଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/cinema.jpg)