କାମାକ୍ଷାନଗର: ଉପଖଣ୍ଡ ମେଡିକାଲ୍‌ କ୍ୟାବିନ୍‌ରେ ଶିଶୁକନ୍ୟା ଓ ମା’ଙ୍କ ବେଡ୍‌ ପାଖରେ ଖସି ପଡ଼ିଲା ପଙ୍ଖା

କାମାକ୍ଷାନଗର: ରବିବାର-ସୋମବାର ରାତିରେ କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର କ୍ୟାବିନ୍‌ରେ ସିଲିଂ ପଙ୍ଖାଟିଏ ଚଟାଣ ଉପରେ ଖସି ପଡ଼ିଛି। ଭାଗ୍ୟକୁ ସେ କ୍ୟାବିନ୍‌ର ବେଡ୍‌ରେ ଥିବା ଗୋଟିଏ ନବଜାତ ଶିଶୁ କନ୍ୟା ଏବଂ ତାଙ୍କ ମାଆଙ୍କ ଉପରେ ତାହା ପଡ଼ି ନାହିଁ।

ଶନିବାର ଦିନ କଙ୍କଡ଼ାହାଡ଼ ବ୍ଲକ୍‌ ବାଟଗାଁ ନିବାସୀ ବାବାଜି ଚନ୍ଦ୍ର ବରାଳଙ୍କ ପତ୍ନୀ ସୁଭାସିନୀ କାମାକ୍ଷାନଗର ମେଡିକାଲ୍‌ରେ ଶିଶୁ କନ୍ୟାଟିଏ ଜନ୍ମ କରିଥିଲେ। ତାଙ୍କୁ ମେଡିକାଲ୍‌ର ୧ ନମ୍ବର କ୍ୟାବିନ୍‌ରେ ରଖାଯାଇଥିଲା। ଗତ ରାତି ପ୍ରାୟ ଗୋଟାଏ ବେଳେ କ୍ୟାବିନ୍‌ରେ ଲାଗିଥିବା ସିଲିଂ ଫ୍ୟାନ୍‌ଟି କୌଣସି କାରଣରୁ ତଳକୁ ଖସି ପଡ଼ିଥିଲା। ପଙ୍ଖା ଖସିଥିବା ସ୍ଥାନର ଅତି ନିକଟରେ ଥିବା ବେଡ୍‌ରେ ଶୋଇଥିଲେ ନବଜାତକ, ତାଙ୍କ ମାଆ ଓ ଜେଜିମା ଚିତ୍ରକଳା।

ଏ ଘଟଣା ସଂକ୍ରାନ୍ତରେ ମୁଖ୍ୟ ଚିକିତ୍ସା ଅଧିକାରୀ ରତ୍ନାକର ସାମଲ କହିଲେ ଯେ ଫ୍ୟାନ୍‌ ପାଇପ୍‌ ଛିଡ଼ି ପଡ଼ିଛି। ଭାଗ୍ୟକୁ କାହାରି କିଛି ହୋଇ ନାହିଁ। ଫ୍ୟାନ୍‌ଟିକୁ ସଜାଡ଼ି ଦିଆଯିବ।

ସମ୍ବନ୍ଧିତ ଖବର