ଗାଁ ଲୋକେ ଅଲୋଡ଼ା!, ନେତା ହଜିଗଲେ, ଅଫିସରଙ୍କ ପାଦ ପଡ଼ୁନି

ନଡ଼ିଆ ଗଛ ନୁହେଁ, ରୋଜଗାରିଆ ପୁଅ ଚାଲିଗଲା, ରିଲିଫ୍ ମିଳୁଛି, ରଖି‌ବା ପାଇଁ ଘରନାହିଁ, ଐତିହ୍ୟସ୍ଥଳୀ, ଶିକ୍ଷାନୁଷ୍ଠାନ ସ୍ଥିତି ବି ସଙ୍ଗିନ

(ସାକ୍ଷୀଗୋପାଳରୁ ଭବାନୀ ଶଙ୍କର ତ୍ରିପାଠୀଙ୍କ ରିପୋର୍ଟ), ୟେସା କରିଦେଲୁ, ତେସା କରିଦେଲୁ। ଆଜି ଏୟା ହେବ, କାଲି ସେୟା ହେବ। ରାଜ୍ୟ ପ୍ରଶାସନ ଗତ କିଛି ଦିନ ଧରି ଏମିତି କଥା ଶୁଣାଇ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ମୁକାବିଲା ସ୍ଥିତି ବଖାଣୁଛି।

ଏକଥା ସତ ଯେ ବିଦ୍ୟୁତ ଓ ଜଳ ଯୋଗାଣ କ୍ଷେତ୍ରରେ ବେଶ୍ କିଛି ପଦକ୍ଷେପ ନିଆଗଲାଣି। ସରକାରଙ୍କ ନିର୍ଦେଶ ମୁତାବକ, ୫୦ କେଜି ଚାଉଳ,୨ହଜାର ଟଙ୍କା ଆଦି ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଦୁର୍ଭାଗ୍ୟଜନକ କଥା େହଉଛି, ଆମ େନତା ଓ ଅଫିସରମାନେ ଏତେ ସମ୍ବେଦନହୀନ େହାଇଯାଇଛନ୍ତି େଯ ରାଜ୍ୟ ସରକାର ଦେଉଥିବା ରିଲିଫ୍ େନବା ଅବସ୍ଥାରେ ହିତାଧିକାରୀ ଅଛି କି ନାହିଁ, ଯଦି ବି େନବ (୫୦କେଜି ଚାଉଳ), େକଉଁଠି ରଖିବ? ଏକଥା ଥରୁଟିଏ ଆଖି ପୂରାଇ ଦେଖିବାପାଇଁ କାହାର ଆଗ୍ରହ ନାହିଁ।

ଫନିର ମାଡ଼ ଏତେ ପ୍ରଚଣ୍ଡ, ୯ ଦିନ ପରେ ବି କିଛି େଲାକ ଅଣ୍ଟା ସଳଖିବା ସ୍ଥିତିରେ ନାହାନ୍ତି। ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ବେଳେ ଆମେ ଦେଖିଥିଲୁ, ଅଳ୍ପ କିଛି ଛାତ ଘରକୁ ଛାଡିଦେଲେ, ଶହ ଶହ ଟିଣ ଛପର ଓ ଚାଳ ଛପର ଘର ପୂରା ଉଡିଯାଇଛି। ଏକାଧିକ ନଡିଆ ଗଛ ଘରକୁ ଏମିତି ଚାପି ରଖିଛି, ତା’ ଭିତରକୁ ମୁଣ୍ଡ ନୁଆଁଇ ପଶିବା ସ୍ଥିତିେର େଲାକେ ନାହାନ୍ତି।

ଏକଦା ନଡ଼ିଆ ମାଳ େବାଲି କୁହାଯାଉଥିବା ଏହି ଅଞ୍ଚଳର ୬୦ ପ୍ରତିଶତରୁ ଅଧିକ ଗଛ ତଳେ ଗଡୁଛି। ଏ ମଧ୍ୟରୁ ମୂଳରୁ ଉପୁ଼ଡିଥିବା ଗଛ ସଂଖ୍ୟା କମ୍। ହେଲେ ଅଧାରୁ ଭାଙ୍ଗିଥିବା ସଂଖ୍ୟା ୮୦ ପ୍ରତିଶତରୁ ଅଧିକ। େଯତିକି ଗଛ ବଞ୍ଚିଯାଇଛି, େସସବୁର ଏମିତି କଢା଼ ଓଲଟି ଯାଇଛି, ଯଦି ତତ୍କାଳ ତାର ସୁରକ୍ଷା ଦିଗରେ ପଦକ୍ଷେପ ନିଆନଯାଏ, ତେବେ ଠିଆ େହାଇଥିବା ଗଛରୁ ୪୦ ପ୍ରତିଶତ ଆସନ୍ତା େକଇ ଦିନ ମଧ୍ୟରେ ମରିଯିବେ।

ଏସବୁ ଅଞ୍ଚଳର ସିଂହଭାଗ େଲାକ ନଡିଆ ଉପରେ ନିର୍ଭର କରି ଚଳନ୍ତି। କେହି କେହି ଏହାକୁ ରୋଜଗାରିଆ ପୁଅ େବାଲି କଥା ଛଳରେ କହିଥାନ୍ତି। ମାସକୁ ହାରାହାରି ୩ ହଜାରରୁ ୫ ହଜାର ଟଙ୍କା େଗାଟିଏ େଗାଟିଏ ପରିବାରକୁ ନଡିଆରୁ ମିଳିଯାଏ। ବାତ୍ୟାର ଭୟାବହତା ଗୋଟିଏ ସ୍ପଷ୍ଟ ଇଙ୍ଗିତ େଦଉଛି େଯ ସତ୍ୟବାଦୀ ଅଞ୍ଚଳର େଲାକଙ୍କ ଅର୍ଥନୀତି େମାଡି ମକଚି ଦେଇଛି। ସରକାରଙ୍କ ରିଲିଫ୍ ତାଙ୍କୁ େବଶି କିଛି ଆଶ୍ବସ୍ତ କରିପାରୁନି। କାରଣ, ଅଧିକାଂଶ ପରିବାରେର ଭାେଳଣି ପଡିଛି ସେମାନେ ଆଗକୁ ଚଳିବେ କେମିତି?

ସତ୍ୟବାଦୀ ବ୍ଲକର ବିଭିନ୍ନ ଗାଁ ଦେଇ ଆମେ ଯିବା ବେଳେ ଦେଖିଲୁ ହଜାର ହଜାର ନଡିଆ ଗଛ ରାସ୍ତାେର ଗଡୁଛି। ବୀରରାମଚନ୍ଦ୍ରପୁର ଗାଁର ଲକ୍ଷ୍ମୀଧର ମିଶ୍ର ଆମକୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବାତ୍ୟା ମାଡ଼ େହଲାନି େଯ ଆମକୁ ଦୁର୍ଦଶା ଭିତରକୁ େଠଲି ଦେଇ ଗଲା। ଗତ କିଛି ଦିନ ତଳେ ନଡିଆ େଗାଟା ୧୧ଟଙ୍କାରେ ବିକ୍ରି େହଉଥିବା େବଳେ,ଏବେ ଟଙ୍କା ୨ଟାରେ େନବାକୁ କେହି ନାହିଁ। େଯଉଁ ଗଛ ବଞ୍ଚିଯାଇଛି, ତାର ତତ୍କାଳ ଯତ୍ନ ନିଆଯିବା ଦରକାର। ତେବେ ଯାଇ କିଛି ଗଛ ବଞ୍ଚିଯାଇପାରନ୍ତା। ହେଲେ ନା ଆମ େଲାକଙ୍କର ସାଧନ ଅଛି ନା ଏଥିପାଇଁ ସରକାରୀସ୍ତରରେ ଉଦ୍ୟମ େହଉଛି। ବରଂ ଗଛ ହଟିଯିବାରୁ ତାତି ବଢିଯାଇଛି ଓ େଲାକେ ନାହିଁ ନଥିବା ଦୁର୍ଦଶା ଭିତରକୁ େଠଲି େହାଇଯାଇଛନ୍ତି।

ଏହି ଗାଁର ଆଉ କିଛି ବୟସ୍କ ନାଗରିକ କହିଥିଲେ, କିଛି ଦିନ ତଳେ େନତାମାେନ ଗାଁ ଗାଁ ବୁଲି େଭାଟ ମାଗୁଥିଲେ। ବିେଜଡି, କଂଗ୍ରେସ, ବିେଜପି ଦଳର ଛାମୁଆ କର୍ମୀ ବି ଦିନରାତି ଏକ କରିଦେଇଥିଲେ। ହେଲେ ଆମେ କେମିତି ଅଛୁ, ଏକଥା ଦେଖିବା ପାଇଁ ବି ଜଣେ ହେଲେ କେହି ଆସୁନାହାନ୍ତି। ଜାତୀୟ ରାଜପଥ କଡର ଏତେ ବଡ ଗାଁକୁ ଏଯାଏ ସରକାରୀ ବାବୁଙ୍କ ପାଦ ପଡିଲାନି େଯ ସ୍ଥିତି କେମିତି ଅଛି?

ଟିକିଏ ଆଗକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଦେଖିଥିଲୁ େଯ ସେଠାରେ ରିଲିଫ୍ ବଣ୍ଟନ େହଉଛି। େଲାକେ ଖରାରେ ଲାଇନରେ ଠିଆ େହାଇଛନ୍ତି। ସରକାରଙ୍କ ରିଲିଫ୍ େଯାଗାଣ ସଂପର୍କରେ ପଚାରିବା ବେଳେ ଦୁଇଟି କଥା ସାମ୍ନାକୁ ଆସିଥିଲା। ଅଧିକାଂଶ ଏ ଚାଉଳ େନଇ ଘରେ ରଖିବା ଅବସ୍ଥାରେ ନାହାନ୍ତି। କାେଳ ଆଉ ମିଳିବନି, ଏମିତି ଆଶଙ୍କା କରି ସେମାନେ ଲାଇନ୍ ଦେଇଛନ୍ତି। ତାଙ୍କ ଘର ସମ୍ପୂର୍ଣ୍ଣ ଉଜୁ଼଼ଡିଯାଇଛି। କେବଳ ଏହି େଗାଟିଏ ଗାଁ ନୁେହଁ, ବନପୁର ଠାରୁ ଆରମ୍ଭ କରି ନୂଆ ସୋମେଶ୍ବରପୁର, ପୁରୁଣା ସୋମେଶ୍ବରପୁର, ହିରଣ୍ୟପଡା, ଜିପୁର, ଶ୍ରୀରାମଚନ୍ଦ୍ରପୁର, ବିଶ୍ବନାଥପୁର, ଜୟପୁର ଏମିତି େଯତେ ସ୍ଥାନକୁ ଗଲୁ, ବାତ୍ୟା ମା଼ଡ଼ର ପ୍ରଚଣ୍ଡତା ଓ େଲାକଙ୍କର ଦୁର୍ଦଶା ଆଖିରୁ ଲୁହ କାଢିଦେବା ଭଳି। ହେଲେ େଲାକଙ୍କର ଏମିତି ବିପତ୍ତି ସମୟରେ ଆହା ପଦେ କହିବା ପାଇଁ କେହି ପହଞ୍ଚିନାହାନ୍ତି।

ରାଜଧାନୀ, ପୁରୀ ସହରକୁ ଚକାଚକ୍ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ପ୍ରଶାସନ ଗାଁର ରାସ୍ତାରୁ ଗଛ କାଟିବା କଥାକୁ େଯମିତି ଭୁଲିଯାଇଛି। ସମ୍ଭବତଃ ପ୍ରଶାସନ ପାଇଁ ‘ଗାଁ’ େଯଉଁଠି ଅସଲ ଜୀବନ ଲୁଚି ରହିଛି େବାଲି ବହୁ ବଡ଼ ବଡ଼ େଲାକ କହିଯାଇଛନ୍ତି, ତାର ମହତ୍ତ୍ବ କିଛି ନାହିଁ। ମାଳ ମାଳ ବିଦ୍ୟୁତ ଛିଣ୍ଡି ଝୁଲୁଛି, ରାସ୍ତାରେ ପଡିଛି। ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ଛିଡା େହାଇଛି। ଘର ଭିତରେ େଲାକ, ଉପରେ ଗଛ ଝୁଲୁଛି। ତା ଭିତରେ ବଞ୍ଚିବାର ରାହା େଖାଜୁଛନ୍ତି ଗାଁର େଲାକମାନେ। ବିଶାଳ ଗଛମାନ ଥୁଣ୍ଟା େହାଇ ଆକାଶକୁ ଚାହିଁଛନ୍ତି। ଗାଁ କଡରେ ଥିବା ପୋଖରୀ, ଗଡିଆରେ ପାଣି କମିଯାଇଛି। କିଛି େଲାକ ଅଭିେଯାଗ କରିଥିଲେ, ମାଛକୁ େରାଗ ହେଲାଣି। ଆଉ ଖାଇ ହେବନି।

ଏସବୁ େକ୍ଷତ୍ରରେ ବଡ଼ ଅଭିେଯାଗଟି ହେଲା, ପଞ୍ଚାୟତ ଅଧିକାରୀ, ବ୍ଲକ ପ୍ରଶାସନ, ତହସିଲଦାର, ଉଦ୍ୟାନ ବିଭାଗ କର୍ମଚାରୀ କିମ୍ବା ସରକାରଙ୍କ ଅନ୍ୟ କୌଣସି ବିଭାଗର ବାବୁମାନେ ଗାଁକୁ ଯାଇ ସ୍ଥିତି ପରଖିବା ଲାଗି ଆଗ୍ରହ ଦେଖାଇନାହାନ୍ତି।

କେବଳ ସାଧାରଣ େଲାକଙ୍କ େକ୍ଷତ୍ରରେ ପ୍ରଶାସନ ବା ବାବୁଙ୍କ ନିର୍ଦୟ ଆଚରଣ ବ୍ୟଥିତ କଲା ଭଳି ତା ନୁହେଁ, କୁହାଯାଉଛି, ସରକାରୀ ସଂସ୍ଥା, ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଐତିହ୍ୟ େକ୍ଷତ୍ରର ସୁରକ୍ଷା ଦିଗରେ ନିଷ୍ଠା ଓ ଆନ୍ତରିକତାର ଅଭାବ ମଧ୍ୟ ଚିନ୍ତାଜନକ। ବିଦ୍ୟାଳୟ ଛାତ ଉଡିଯାଇଛି। ସେସବୁ ବିଦ୍ୟାଳୟର ଆଲମିରାରେ ଥିବା େରଜିଷ୍ଟର, କାଗଜ, ସରକାର େଯାଗାଇଥିବା ବହି କେଉଁ ସ୍ଥିତିରେ ଅଛି? ଆଉ ମାସକରେ ବିଦ୍ୟାଳୟ େଖାଲିବା େବଳକୁ ସେସବୁ ଯଦି ସଜଡାଯାଇନଥିବ, ପାଠପଢା କେଉଁଠି େହବ? ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଏଭଳି ହଜାର ହଜାର ସ୍କୁଲ ସଂପର୍କରେ ସରକାରୀ ଆଭିମୁଖ୍ୟଟି କ’ଣ?

୨୦୧୩ରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପଞ୍ଚସଖାଙ୍କ ସମାଧିସ୍ଥଳର ପୁନରୁଦ୍ଧାର େହାଇଥିଲା। ଏବେ ତାର ପାଚେରି ତ ନାହିଁ, ତା ଭିତରର ସ୍ଥିତି ନ କହିବା ଭଲ। ସଂସ୍କୃତି ବିଭାଗ ଅଧୀନରେ ଥିବା ପାଠାଗାରର ଆଜବେଷ୍ଟସ ଉଡିଯାଇଛି। ସୂର୍ଯ୍ୟାେଲାକ ଓ ପବନ ସେ ଘରେ ଅବାଧ ବିଚରଣ କରୁଛନ୍ତି। ବକୁଳ ବନର ଚେହେରା ଫନିର ଭୀଷଣତା ବର୍ଣ୍ଣନା କରିବା ଲାଗି ଯଥେଷ୍ଟ। କେହି କେହି ଏହାକୁ ଗୁପ୍ତ ବୃନ୍ଦାବନ େବାଲି କହିଥାନ୍ତି। ସରକାର ଏହାକୁ ପର୍ଯ୍ୟଟନ ପ୍ରକଳ୍ପର ମାନ୍ୟତା େଦଇଛନ୍ତି। ୨୦୦୯ ମସିହାରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ପ୍ରକଳ୍ପର େଲାକାର୍ପଣ କରିଥିଲେ। ସରକାର ଏଠାରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି େନଇଛନ୍ତି। ଫନି ଏହି ପ୍ରକଳ୍ପକୁ ଛାରଖାର୍ କରିଦେଇଛି। ଉଜୁଡିଯାଇଥିବା ଏହି ବଣ ଭିତରେ କେବଳ ପଞ୍ଚସଖାଙ୍କ ପ୍ରତିମୂର୍ତି ମୁଣ୍ଡ ଦିଶୁଛି। ଏହି ପ୍ରକଳ୍ପର ଅନୁଧ୍ୟାନ ସରକାର କଲେଣି। ଏହା ସମ୍ପୂର୍ଣ୍ଣ ଉଜୁଡିଯିବା ପୂର୍ବରୁ ତାକୁ ସଜାଡିବା ଲାଗି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେବେନି?

ଏହି େଗାଟିଏ ଅଞ୍ଚଳରେ ଗାଁର ଚିତ୍ର େଯ ଏମିତି ତା ନୁହେଁ, ଅନ୍ୟ ସବୁ ପ୍ରଭାବିତ ଗାଁ ସ୍ଥିତି ବି ତା ଠାରୁ ସଙ୍ଗିନ। ଭୁବନେଶ୍ବର ବିଦ୍ୟୁତ ମିଳିଲାନି େବାଲି ଲୋକେ ତ୍ରାହି ତ୍ରାହି ଡାକି ଗାଁକୁ ଚାଲିଗଲେ। ହେଲେ ସରକାରଙ୍କ ପୁନରୁଦ୍ଧାର କାମ କିନ୍ତୁ ସହରରେ ଅଟକିଛି, ଗାଁ ସୀମା େଯମିତି ଛୁଇଁପାରୁନି।

ସମ୍ବନ୍ଧିତ ଖବର