ଭୁବନେଶ୍ବର : ୧୪ଟି ଜିଲ୍ଲାରେ 'ଫନି' କ୍ଷୟକ୍ଷତି ରିପୋର୍ଟ ଚୂଡ଼ାନ୍ତ ହୋଇପାରିନଥିବା ନେଇ ଖବର ପ୍ରକାଶ ପାଇବା ପରେ ସରକାର ତନାଘନା ଆରମ୍ଭ କରିଛନ୍ତି। ସବୁଠୁ ଅଧିକ ପ୍ରଭାବିତ ପୁରୀ ଜିଲ୍ଲାରେ ରିପୋର୍ଟ ଆସିନଥିବାରୁ ପୁରୀ ଜିଲ୍ଲାପାଳଙ୍କୁ ଏ ନେଇ ତାଗିଦ୍ ମଧ୍ୟ କରାଯାଇଛି। ରବିବାର ରାଜସ୍ବମନ୍ତ୍ରୀ ସୁଦାମ ମାର୍ଣ୍ଡି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, 'ଫନି'ବାତ୍ୟାରେ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସର୍ଭେ କଲାବେଳେ ଯେପରି କିଛି ତ୍ରୁଟି ନରୁହେ ସେଥିପାଇଁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଚୂଡ଼ାନ୍ତ କରାଯାଇ କେନ୍ଦ୍ରକୁ ପଠାଯିବ।
‘ଫନି’ କ୍ଷୟକ୍ଷତି ରିପୋର୍ଟ ଶୀଘ୍ର: ରାଜସ୍ବ ମନ୍ତ୍ରୀ
/sambad/media/post_attachments/wp-content/uploads/2019/06/REVENUE-MINISTER.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)