ଢାକା : ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ଗତ ୩ ତାରିଖ ଦିନ ଉପକୂଳ ଓଡ଼ିଶାରେ ନାହିଁ ନଥିବା କ୍ଷୟ କ୍ଷତି କରିଛି । କେତେ ଲୋକ ମୃତ୍ୟୁବରଣ କରିଛନ୍ତି ତାହାର ପ୍ରକୃତ ହିସାବ ଏପର୍ଯ୍ୟନ୍ତ ମିଳିିପାରିନାହିଁ । ଲକ୍ଷ ଲକ୍ଷ ପରିବାର ବାସହୀନ ହୋଇଛନ୍ତି । ଶୁକ୍ରବାରଦିନ ଓଡ଼ିଶା ଓ ତାପରେ ପଶ୍ଚିମବଙ୍ଗର କିଛି ଅଂଚଳରେ କ୍ଷୟକ୍ଷତି କରିବା ପରେ ଶନିବାରଦିନ ଫନି ମହାବାତ୍ୟା ପଡୋଶୀ ଦେଶ ବାଂଲାଦେଶରେ ପ୍ରବେଶ କରିଥିଲା ।

Advertisment

ବାଂଲାଦେଶରେ ପ୍ରବେଶ ବେଳକୁ ଏହାର ଶକ୍ତି ହ୍ରାସ ପାଇଥିଲେ ମଧ୍ୟ ଅନେକ କ୍ଷୟକ୍ଷତି କରିଛି । ଏପରିକି ପ୍ରାୟ ୧୨ଟି ଗାଁ ସମୁଦ୍ର ଗର୍ଭକୁ ଚାଲିଯାଇଛି । ବାଂଲା ଦେଶରେ ଏହି ବାତ୍ୟା ପ୍ରଭାବରେ ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ୫ ଲୋକ ମୃତ୍ୟୁବରଣ କରିଥିବାବେଳେ ୬୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ଆହୁରି ମଧ୍ୟ ଏହି ବାତ୍ୟା ପ୍ରଭାବରେ ପ୍ରାୟ ୧୦ ହଜାରଟି ଘର ଭାଙ୍ଗିଯାଇଥିବା ପ୍ରାରମ୍ଭିକ ଭାବେ ଅଟକଳ କରାଯାଇଛି । ତେବେ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଚାଲୁ ରହିଥିବାରୁ ଏହି ସଂଖ୍ୟା ଆଗକୁ ବଢିପାରେ । ଅଧିକାଂଶ ଘର ନୋଆଖାଲି ଜିଲ୍ଲାରେ ହୋଇଛି ।