ଭୁବେନଶ୍ୱର: ‘ଫନି’ ବାତ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ୪୩ ଛୁଇଁଛି ଓ ସର୍ବାଧିକ ୨୧ ଜଣ ପୁରୀ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି। ଏଥିସହ କଟକ ଜିଲ୍ଲାରେ ୬, ଖୋର୍ଦ୍ଧାରେ ୫, ଯାଜପୁରରେ ୪,ମୟୁରଭଞ୍ଜରେ ୪ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ୩ ଜଣ ଫନି ଯୋଗୁଁ ମତ୍ୟୁମୁଖରେ ପଡ଼ିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସରକାରୀ ତଥ୍ୟ ଅନୁସାରେ ,ଫନି ଯୋଗୁଁ ୩୪ ଲକ୍ଷ ପ୍ରାଣୀ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/VBK-FANI-BHUBANESWAR-REUTERS-NOARCHIVES-MAY4.jpg)