ଫନି ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲା, ସର୍ବାଧିକ ମୃତ୍ୟୁ ପୁରୀରେ

ଭୁବେନଶ୍ୱର: ‘ଫନି’ ବାତ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ୪୩ ଛୁଇଁଛି ଓ ସର୍ବାଧିକ ୨୧ ଜଣ ପୁରୀ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି। ଏଥିସହ କଟକ ଜିଲ୍ଲାରେ ୬, ଖୋର୍ଦ୍ଧାରେ ୫, ଯାଜପୁରରେ ୪,ମୟୁରଭଞ୍ଜରେ ୪ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ୩ ଜଣ ଫନି ଯୋଗୁଁ ମତ୍ୟୁମୁଖରେ ପଡ଼ିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସରକାରୀ ତଥ୍ୟ ଅନୁସାରେ ,ଫନି ଯୋଗୁଁ ୩୪ ଲକ୍ଷ ପ୍ରାଣୀ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର