‘ଫନି’ ମୃତ୍ୟୁ ସଂଖ୍ୟାରେ କୌଣସି ବୃଦ୍ଧି ଘଟି ନାହିଁ; ଭୁବନେଶ୍ୱରରେ ୮୨% ଓ ପୁରୀ ସହରରେ ୪୫% ମୋବାଇଲ ଟାୱାର କାମ କଲାଣି

ଭୁବନେଶ୍ବର: ଫନି ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାର .ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ  ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ଆଜି ସୂଚନା ଦେଇଛନ୍ତି । ଫନି ପ୍ରଭାବିତ  ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୯୩.୩୬ ପ୍ରତିଶତ ରିଲିଫ୍ ବଣ୍ଟନ କରାଯାଇଛି । ପୁରୀରେ ୨ଟି ମୋବାଇଲ ଭ୍ୟାନରେ ଶସ୍ତାରେ ଯୋଗାଣ ବିଭାଗ ପକ୍ଷରୁ ଆଳୁ, ପିଆଜ, ମହମବତୀ ଦିଆସିଲି ବ୍ରିକ୍ରି କରାଯାଇଛି ।

ବାତ୍ୟା ଫନିରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ରାଜ୍ୟ ସରକାର ଏଥିପାଇଁ ଅଧିକ ଗୁରୁତ୍ୱ ଦେଉଛନ୍ତି । କାକଟପୁର ବୀତୀତ ସବୁ ସ୍ଥାନରେ ପାଇପ ଜଳ ପ୍ରକଳ୍ପ କାମ କଲାଣି । ଏପଟେ ରାଜଧାନୀ ଭୁବନେଶ୍ୱରରେ ୮୨ ପ୍ରତିଶତ, ପୁରୀ ସହରରେ ୪୫ ପ୍ରତିଶତ ମୋବାଇଲ ଟାୱାର କଭରେଜ୍ ମିଳିଲାଣି । ପୁରୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଏଟିଏମ କାମ କଲାଣି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ୮୬ ପ୍ରତିଶତ ଏଟିଏମ କାର୍ଯ୍ୟକ୍ଷମ ରହିଛି ।

ସୂଚନାଯୋଗ୍ୟ, ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଫନି ମୃତ୍ୟୁ ସଂଖ୍ୟାରେ କୌଣସି ବୃଦ୍ଧି ଘଟି ନାହିଁ । ଏହା ୬୪ ହିଁ ରହିଛି।  ଗତ ୧୩ ତାରିଖରେ ମଧ୍ୟ ମୃତ୍ୟୁ ସଂଖ୍ୟା ନେଇ ଏକ ରିପୋର୍ଟ ଆସିଥିଲା । ସୌଭାଗ୍ୟବଶତଃ ମୃତ୍ୟୁ ସଂଖ୍ୟା ସେତିକିରେ ରହିଛି । ଅନ୍ୟପଟେ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ସ୍ୱାଭାବିକ ସ୍ଥିତିକୁ ଆଣିବାକୁ ରାଜ୍ୟ ସରକାର ଜୋରସୋରରେ ଲାଗିପଡ଼ିଛନ୍ତି ।

ସମ୍ବନ୍ଧିତ ଖବର