ଫନି ପ୍ରଭାବ: ୧୫୫ ବ୍ଲକ୍‌ର ୧. ୪୮ କୋଟି ପ୍ରଭାବିତ, ୫.୮ ଲକ୍ଷ ଘର ଭାଙ୍ଗିବା ସହ ୩୭ ଜୀବନ ଯାଇଛି

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟାର୍‌ ମ୍ୟାନେଜମେଣ୍ଟ୍‌ ଅଥରିଟି(ଓସଡମା)ର ମୁଖପାତ୍ର ସଂଗ୍ରାମ ମହାପାତ୍ର ଆଜି ସଂଧ୍ୟାରେ ସୂଚନା ଦେଇ କହିଛନ୍ତି ଯେ ସାମୁଦ୍ରିକ ଝଡ଼ ‘ଫନି’ରେ ରାଜ୍ୟର ସମୁଦାୟ ୧ କୋଟି ୪୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୧୫୫ଟି ବ୍ଲକ୍‌କୁ ‘ଫନି’ ପ୍ରଭାବିତ କରିଛି। ପ୍ରାୟ ୫.୮ ଲକ୍ଷ ବାସ ଗୃହ ଭାଙ୍ଗିଥିବା ସୂଚନା ରହିଛି। ଏବେ ସୁଦ୍ଧା ବାତ୍ୟା ‘ଫନି’ ହେତୁ ୩୭ ଜଣଙ୍କ ଜୀବନ ଯାଇଛି।

 

ଉଲ୍ଲେଖଯୋଗ୍ୟ, ମେ ୩ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ୱର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ ଓ ବାଲେଶ୍ୱରରେ ବିଶେଷ ପ୍ରଭାବ ପକାଇଥିବା ଏହି ବାତ୍ୟା ହେତୁ ଏବେ ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେ ମଧ୍ୟ ପୁରୀ, ଭୁବନେଶ୍ୱର, କଟକରେ ଜଳ ଓ ବିଜୁଳି ବ୍ୟବସ୍ଥାରେ ସୁଧାର ଆସିନାହିଁ।

ସମ୍ବନ୍ଧିତ ଖବର