‘ଫନି’ର ପ୍ରଭାବ : ପନିପରିବା ଦର ବଢ଼ିଲା, ପେଟ୍ରୋଲ୍ ମିଳୁ ନଥିବା ଅଭିଯୋଗ

ଭୁବନେଶ୍ୱର:‘ଫନି’ର ପ୍ରଭାବ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଜନସାଧାରଣଙ୍କ ଉପରେ ପଡ଼ିଥିବାର ସୂଚନା ମିଳିଲାଣି। ଏଥିପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାର ଖବର ମିଳିଛି। ‘ଫନି’ ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବାର ଆଶଙ୍କା କରାଯାଉଥିବା ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ ହଠାତ୍‌ ବଜାରରେ ବିଭିନ୍ନ ପନିପରିବା ଓ ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ହେଉଛି। କଟକରେ ଆଳୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ବିକ୍ରି ହେଲାଣି। ତେଣେ ଅନ୍ୟ ପରିବାର ଦର ବି ବଢିଯାଇଛି। ବଜାରରେ ଚୁଡ଼ା ମିଳୁ ନଥିବାର ବି ଅଭିଯୋଗ ହେଉଛି।

ରାଜ୍ୟର ଅନେକ ପେଟ୍ରୋଲ୍‌ ପମ୍ପ୍‌ରେ ପେଟ୍ରୋଲ ମିଳୁ ନଥିବାର ଘଟଣା ବି ନଜରକୁ ଆସିଛି। ଗତକାଲି ରାତିରୁ ଅନେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ସରିଯାଇଛି । ଯେଉଁଠାରେ ଅଛି,ସେଠାରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ଲୋକେ ଆଶାଙ୍କିତ ହୋଇ ବେଶି ମାତ୍ରାରେ ଖାଦ୍ୟ ପଦାର୍ଥ ଓ ପେଟ୍ରୋଲ୍‌ ଗଚ୍ଛିତ ରଖୁଥିବା ହେତୁ ଏଭଳି ଘଟୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର