ସ୍ଥଳଭାଗ ଛୁଇଁଲା ଫନି, ପୁରୀ ସମେତ ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟଯତି

0

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି  ଆଜି ଦିନ ୧୦ ଘଣ୍ଟା ସମୟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି ବା ଲାଣ୍ଡଫଲ କରିଛି । ଆଜି  ସକାଲ ୮ଟା ସମୟରେ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦିନ ପ୍ରାୟ ୧୦ଟା ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା । ଏହାଫଳରେ ଏବେ ଫନିର ଅଧିକାଂଶ ଅଂଶ ସ୍ଥଳଭାଗ ଭିତରେ ରହିଛି ।

ଏହାର ପ୍ରଭାବରେ ପୁରୀ ସମେତ ଖୋର୍ଦ୍ଧା,ଜଗତସିପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପବନ ଓ ବର୍ଷାର ତାଣ୍ଡବ ଦେଖାଦେଇଛି । ପୁରୀରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଛି ।  ସ୍ଥଳାଭାଗ ଛୁଇଁଥିବାରୁ ଆସନ୍ତା କିଛି ଘଣ୍ଟାପରେ ଏହାର ଶକ୍ତି ହ୍ରାସ ପାଇବା ଆରମ୍ଭ କରିବ । ଧୀରେ ଧୀରେ ଏହା ଉତ୍ତପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ  ଆସନ୍ତା କାଲି ସଂଧ୍ୟା ସୁଦ୍ଧା ବାଂଲାଦେଶ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.