ନୂଆଦିଲ୍ଲୀ: ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗର ପବନ ଥାଇ ବଙ୍ଗୋପସାଗର ଉପରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଫନି’ ଅତି ସାଙ୍ଘାତିକ ସାମୁଦ୍ରିକ ବାତ୍ୟା ପାଲଟିଥିବା କଥା ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଭାରତୀୟ ନୌସେନା କହିଛି। ଉପକୂଳ ଓଡ଼ିଶା, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶକୁ ସଜାଗ ରଖାଯାଇଛି।
୧-କେତେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ଓଡ଼ିଶା ଉପକୂଳରେ ‘ୟେଲୋ ଓ୍ଵାର୍ଣ୍ଣିଙ୍ଗ୍’ ବା ପୀତ ସଙ୍କେତ ଜାରି କରିଛି। ଓଡ଼ିଶା ଉପକୂଳ ଦେଇ ବାତ୍ୟା ପଶ୍ଚିମବଙ୍ଗକୁ ଯିବ। ରେଳ ଚଳାଚଳ ବାତିଲ କରିବା ଏବଂ ପଥ ପରିବର୍ତ୍ତ କରିବକୁ ପ୍ରସ୍ତାବ ଦେଇଛୁ ଏବଂ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛୁ ବୋଲି ପାଣିପାଗ ବିଭାଗ ପକ୍ଷରୁ ମିଷ୍ଟର୍ ବିଶ୍ୱାସ କହିଛନ୍ତି।
୨-ସାଧାରଣତଃ ସାମୁଦ୍ରିକ ବାତ୍ୟାରେ ପବନର ଘଣ୍ଟାପ୍ରତି ବେଗ ଥାଏ ୮୦-୯୦ କି. ମି. ଏବଂ ପବନର ଦଲକା ଥାଏ ଘଣ୍ଟାପ୍ରତି ୧୦୦ କି. ମି.। ଅତି ଉଗ୍ର ସାମୁଦ୍ରିକ ବାତ୍ୟା କ୍ଷେତ୍ରରେ ଘଣ୍ଟାପ୍ରତି ପବନର ବେଗ ୧୭୦ ରୁ ୧୮୦ କିଲୋମିଟର ହୋଇଥାଏ ଏବଂ ୧୯୫ ରୁ ୨୦୦ କିଲୋମିଟର୍ ଯାଏଁ ବଢ଼ି ଯିବାର ଆଶଙ୍କା ଥାଏ।
/sambad/media/post_attachments/wp-content/uploads/2019/03/OdishaCyclone.jpg)
୩- ପ୍ରଭାବିତ ଆଶଙ୍କା ଥିବା ରାଜ୍ୟଗୁଡ଼ିକ ପରିସ୍ଥିତିର ମୁକାବିଲା କରିବାକୁ କିଭଳି ପ୍ରସ୍ତୁତି କରୁଛନ୍ତି ତାହା ସମୀକ୍ଷା କରିବାକୁ ମଙ୍ଗଳବାର ଦିନ ନେସ୍ନାଲ୍ କ୍ରାଇସିସ୍ ମ୍ୟାନେଜ୍ମେଣ୍ଟ୍ କମିଟି (ଏନ୍ସିଏମ୍ସି) ଦ୍ୱିତୀୟ ବାର ବୈଠକ ଡାକିଥିଲା।
୪-ଓଡ଼ିଶାର ୮୭୯ଟିଯା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ପ୍ରସ୍ତୁତ କରି ରଖାଯାଇଛି। ଏହି ଆଶ୍ରୟସ୍ଥଳମାନଙ୍କରେ ବାତ୍ୟା ଓ ବନ୍ୟା ସମୟରେ ପ୍ରାୟ ଏକ ନିୟୁତ ଲୋକ ରହି ପାରିବେ।
୫-ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତଟରକ୍ଷୀ ଏବଂ ନୌସେନା ଜାହାଜ ଓ ହେଲିକପ୍ଟର୍ ମୁତୟନ କରିଛି। ବାୟୁସେନାର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ୟୁନିଟ୍କୁ ପ୍ରସ୍ତୁତ କରି ରଖାଯାଇଛି।
/sambad/media/post_attachments/wp-content/uploads/2018/10/indian-navy-file.jpg)
୬-ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳକୁ ଏନ୍ଡିଆର୍ଏଫ୍ ୪୧ଟି ଟିମ୍ ପଠାଉଛି। ଓଡ଼ିଶାକୁ ୨୨ଟି, ଆନ୍ଧ୍ରପ୍ରଦେଶକୁ ୮ଟି ଏବଂ ପଶ୍ଚିମବଙ୍ଗକୁ ୫ଟି ଦଳ ଯାଉଛନ୍ତି। ପଶ୍ଚିମବଙ୍ଗରେ ଆହୁରି ୧୩ଟି ଏବଂ ଆନ୍ଧ୍ରପ୍ରଦେଶରେ ୧୦ଟି ଟିମ୍ ମଧ୍ୟ ପ୍ରସ୍ତୁତ କରି ଏନ୍ଡିଆର୍ଏଫ୍ ରଖିଛି।
୭-ବାତ୍ୟା ଭୂପୃଷ୍ଠ ଉପରକୁ ଆସିବା ବେଳେ ଓଡ଼ିଶାର ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତ୍ସିଂହପୁର ଜିଲ୍ଲାମାନଙ୍କର ନିଚା ଅଞ୍ଚଳରେ ୧. ୫ ମିଟର ସାମୁଦ୍ରିକ ଜୁଆର ଉଠିବାର ସମ୍ଭାବନା ରହିଛି।
୮-ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ଏବଂ ଦକ୍ଷିଣପୂର୍ବ ଅଞ୍ଚଳର ଅତି ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ଏବେ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ କୁହାଯାଇଛି। ଏହି ବାତ୍ୟା ଯୋଗୁଁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଉତ୍ତପ୍ତ ଝାଞ୍ଜି ବହିବାର ଆଶଙ୍କା ରହିଛି ବୋଲି ହାଇଦ୍ରାବାଦସ୍ଥିତ ପାଣିପାଗ ବିଭାଗର ବୈଜ୍ଞାନିକ ନାଗରତ୍ନ କହିଛନ୍ତି।
/sambad/media/post_attachments/wp-content/uploads/2018/11/Cyclone-300x244.jpg)
୯-ମେ ୩ ତିନି ତାରିଖ ଦିନ ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ମୃଦୁରୁ ମଧ୍ୟମ ଧରଣର ବର୍ଷା ବର୍ଷିପାରେ। ବାତ୍ୟା ଯୋଗୁଁ ମେ ୨ ତାରିଖ ଦିନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ମଧ୍ୟ ହାଲୁକାର ମଧ୍ୟମ ଧରଣର ବର୍ଷା ହେବ।
୧୦- ବାତ୍ୟା ‘ଫୋନି’ର ମୁକାବିଲା ନିମନ୍ତେ ପ୍ରତିଷେଧକ ଓ ରିଲିଫ୍ କାର୍ଯ୍ୟ ପାଇଁ ମଙ୍ଗଳବାର ଦିନ କେନ୍ଦ୍ରସରକାର ୪ଟି ରାଜ୍ୟକୁ ୧. ୦୮୬ କୋଟି ଟଙ୍କା ଅଗ୍ରୀମ ସହାୟତା ରାଶି ପଠାଇବାକୁ ଆଦେଶ ଦେଇଛନ୍ତି। ଏଥିରୁ ଓଡ଼ିଶା ୩୪୦. ୮୭ କୋଟି ଟଙ୍କା, ତାମିଲନାଡୁ ୩୦୯. ୯୭ କୋଟି ଟଙ୍କା, ପଶ୍ଚିମବଙ୍ଗ ୨୩୫. ୫୦ କୋଟି ଟଙ୍କା ଏବଂ ଆନ୍ଧ୍ରପ୍ରଦେଶ ୨୦୦. ୨୫ କୋଟି ଟଙ୍କା ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/fani-s.jpg)