ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହେଲା ସତର୍କ ସୂଚନା, ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ତେବେ, ଏହି ବାତ୍ୟା ପାଇଁ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ, ଯୁଦ୍ଧକାଳୀନ ଭିତରେ ମାଟି ଘରେ ରହୁଥିବା ବାସିନ୍ଦାମାନଙ୍କୁ ବାତ୍ୟା ଆଶ୍ରୟ ଗୃହକୁ ସ୍ଥାନାନ୍ତର କରିବା ସହ ଜିଲ୍ଲାପାଳଙ୍କୁ ରିଲିଫ୍‌ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାତ୍ୟାକୁ କିପରି ମୁକାବିଲା କରାଯାଇ ପାରିବ ଓ ଧନଜୀବନର ସୁରକ୍ଷା ପାଇଁ ବ୍ୟାପକ ପକ୍ଷେପ ନିଆଯାଇଛି। ତେବେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଫନି’ ପାଇଁ ଯେଉଁ ସତର୍କତା ବିଷୟରେ କୁହାଯାଇଛି ସେଗୁଡ଼ିକ ନିମ୍ନରେ ଦିଆଯାଉଛି।

 

ଉଲ୍ଲେଖଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ନିର୍ବାଚନ କିମସନଙ୍କୁ ଭେଟି ରାଜ୍ୟରୁ ଆଦର୍ଶ ଆଚରଣ ବିଧି ହଟାଇବାକୁ ନିବେଦନ କରିଥିଲେ। ନିର୍ବାଚନ ଅଧିକାରୀ ସୁନୀଲ ଆରୋରା ନବୀନଙ୍କ ନିବେଦନକୁ ମଞ୍ଜୁରୀ ଦେଇଛନ୍ତି। ‘ଫନି’ ପ୍ରଭାବରେ ରାଜ୍ୟରେ ପ୍ରଭାବିତ ହେବାକୁ ଥିବା ମୁଖ୍ୟ ୧୧ଟି ରାଜ୍ୟରୁ ନିର୍ବାଚନ କମିସନ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର