ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଆହୁରି ଭୟଙ୍କର ରୂପ ଧାରଣ କରିଛି। ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି। ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଇଥିବା ତାଜା ରିପୋର୍ଟ ଅନୁସାରେ ଫନି ଏବେ ପୁରୀର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ୫୭୦ କିଲୋମିଟର ଦୂରରେ ଅଛି, ଯାହାକି ଏପ୍ରିଲ ୩ ତାରିଖ ସନ୍ଧ୍ୟା ୫ଟାରେ ପହଂଚିବ। ବିଶାଖାପାଟଣା ଠାରୁ ଏହା ଏବେ ୩୨୦ କିଲୋମିଟର ଦୂରରେ ଅଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ରହିବ। ବାତ୍ୟା ଫନି ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ୨୦ଟି ଟିମ୍ କୋଷ୍ଟଗାର୍ଡ ଟିମ୍ ମୁତୟନ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟକୁ କଡ଼ା ମୁକାବିଲା ପାଇଁ ନଜର ରଖାଯାଇଛି।
ଆସନ୍ତା ୩ ତାରିଖରେ ପୁରୀ ଉପକୂଳ ଛୁଇଁବ ଅତିି ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଫୋନି । ବାତ୍ୟା ଫୋନି ଓଡିଶା ଉପକୂଳ ଆଡକୁ ଯେତିକି ମାଡି ଆସୁଛି ଜନସାଧାରଣଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି । ଆଉ ଏସବୁ ଭିତରେ ଫୋନିର ମୁକାବିଲା କରିବା ପାଇଁ ସଚିବାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା ପରେ ନବୀନ ଫୋନି ମୁକାବିଲା ନେଇ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି ।
ସମୀକ୍ଷା ବୈଠକ ପରେ ନବୀନ କହିଛନ୍ତି, ବାତ୍ୟା ଫୋନିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମସ୍ତଙ୍କ ଜୀବନ ଅମୂଲ୍ୟ, ତେଣୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୧୦୦ ପ୍ରତିଶତ ସ୍ଥାନାନ୍ତର ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ୍ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳ ସେବା ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/dc-Cover-1ajb2skq4ap3aum0bgl4gnn5f1-20190430083314.Medi_-1.jpeg)