ବିରଳ ବାତ୍ୟା ଫନି : ଦୁଇଥର ଲାଣ୍ଡଫଲ୍‌ କରିବ

ଭୁବନେଶ୍ୱର : ଫନି ବାତ୍ୟା ଏବେ ଓଡ଼ିଶାରେ ଧ୍ୱଂସ ତାଣ୍ଡବ ରଚାଉଛି । ପୁରୀ ପାଖାପାଖି ୨୦୦ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଭୁବନେଶ୍ୱରରେ ୧୭୦ କିଲୋମିଟର ବେଗରେ ପବନ ବୋହୁଛି । ଅନେକ ଦୃଷ୍ଟିରୁ ଏହାକୁ ଏକ ବିରଳ ବାତ୍ୟା ବୋଲି କୁହାଯାଉଛି । ପ୍ରଥମତଃ ଏହି ବାତ୍ୟା ବିଷୁବ ବୃତ୍ତ ନିକଟରୁ ସୃଷ୍ଟି ହୋଇ ଦୀର୍ଘ ଦୂରତ୍ୱ ଅତିକ୍ରମ କରିବା ପରେ ଓଡ଼ିଶା ନିକଟରେ ପହଞ୍ଚିଛି । ପୁଣି ଏପ୍ରିଲ-ମେ ମାସରେ ସୃଷ୍ଟି ହୋଇଛି ।
ଫନି ସଂପର୍କରେ ଆଉ ଏକ ରୋଚକ ତଥ୍ୟ ହେଉଛି ଯେ ଏହା ଏପରି ଏକ ସାମୁଦ୍ରିକ ବାତ୍ୟା ଯାହାକି ଦୁଇଥର ଲାଣ୍ଡଫଲ କରିବ । ଏବେ ପୁରୀଠାରେ ଲାଣ୍ଡଫଲ ଆରମ୍ଭ ହୋଇଯାଇଥିବାବେଳେ ବାଲେଶ୍ୱର ଅତିକ୍ରମ କରିବା ପରେ ଏହା ପୁଣି ଥରେ ସମୁଦ୍ରରେ ପ୍ରବେଶ କରିବ । ଏହା ପରେ ପୁଣି ଏହା ବାଲେଶ୍ୱର ଉତ୍ତରରେ ପଶ୍ଚିମବଙ୍ଗ ସୀମାରେ ୨ୟ ଲାଣ୍ଡଫଲ କରିବ । ତେବେ ପୁରୀରେ ହୋଇଥିବା ଲାଣ୍ଡଫଲ ତୁଳନାରେ ୨ୟ ଲାଣ୍ଡଫଲଟି ଦୁର୍ବଳ ରହିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର