ଓଡ଼ିଶାରେ ପ୍ରଥମ : ଆଜି ସମ୍ବାଦ ଜୁଏଲାରି ଫୋରମ୍‌-୨୦୧୮, ଯୋଗଦେବେ ଫାରା ଖାନ୍‌ ଅଲ୍ଲୀ

ଭୁବନେଶ୍ୱର : ‘ସମ୍ବାଦ’ ଆନୁକୂଲ୍ୟରେ ଆସନ୍ତାକାଲି ହୋଟେଲ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହେବ ‘ଜୁଏଲାରି ଫୋରମ୍‌ ୨୦୧୮’। ଏଥିରେ ଜୁଏଲାରି ମାଲିକମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ରାଜ୍ୟରେ ପ୍ରଥମଥର ଲାଗି ଗହଣା ବ୍ୟବସାୟୀଙ୍କୁ ନେଇ ଏଭଳି ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ। ଦେଶର ପ୍ରତିଷ୍ଠିତ ଜୁଏଲାରି ଡିଜାଇନର ଫାରା ଖାନ୍‌ ଅଲ୍ଲୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଲୋଚନାଚକ୍ରରେ ୨ଟି ବିଷୟବସ୍ତୁ ରହିଛି। ପ୍ରଥମ ଆଲୋଚନା ଚକ୍ରର ବିଷୟବସ୍ତୁ ରହିଛି ‘ପାରମ୍ପରିକ ଭାବେ ଦେଶରେ ଗହଣା ଏକ ବିନିଯୋଗ ଭାବେ ପରିଗଣିତ ହେଉଥିଲା, ମାତ୍ର ଏବେ ଏହି ଚିନ୍ତାଧାରା ବଦଳିଛି। ଏହାକୁ ଏକ ଆକ୍ସେସୋରି ଭାବେ ବିବେଚନା କରାଯାଉଛି। ଏଥିରେ ଛୋଟ ସହର/ଟାଉନଙ୍କ କି ଭୂମିକା ଗ୍ରହଣ କରୁଛନ୍ତି’। ଦ୍ୱିତୀୟ ଆଲୋଚନା ଚକ୍ରର ବିଷୟବସ୍ତୁ ରହିଛି ‘ଆସନ୍ତା ଦଶନ୍ଧିରେ ଟ୍ରେଣ୍ଡସ୍‌କୁ ନେଇ କ’ଣ ପୂର୍ବାନୁମାନ ରହିଛି। ଏକ ମୂଲ୍ୟବାନ ଜିନିଷରୁ ପରିପାଟୀ, ଚାରିକାନ୍ଥର ସୋ’ରୁମଠାରୁ ଇ-କମର୍ସରେ ଆଗୁଆ ଅର୍ଡର ପର୍ଯ୍ୟନ୍ତ’।

ଏହି ଆଲୋଚନା ଚକ୍ରରେ ପ୍ୟାନେଲିଷ୍ଟ ଭାବେ ଯୋଗଦେବେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର, ଲାବଣ୍ୟ ଜୁଏଲର୍ସର ପରିଚାଳନା ନିର୍ଦେଶକ ସତ୍ୟେନ୍ଦ୍ର ମିଶ୍ର, ଶ୍ରୀ ଅର୍ଣ୍ଣମେଣ୍ଟ ଜୁଏଲର୍ସର ପରିଚାଳନା ନିର୍ଦେଶକ ଭେଙ୍କଟେଶ ସିଲ୍ଲା ଓ ଶୁଭ ଜୁଏଲର୍ସର ପରିଚାଳନା ନିର୍ଦେଶକ ସଂଜୀବ ହଂସ। କାର୍ଯ୍ୟକ୍ରମରେ ମଡରେଟର ଭାବେ ରହିବେ ଜୁଏଲାରି ଡିଜାଇନର ସ୍ୱସ୍ତି ମିଶ୍ର। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର