ଭୁବନେଶ୍ବର : ଗତ ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅସିତ ତ୍ରିପାଠୀ ଅବସର ନେବା ପରେ ଲୋକସେବା ଭବନର ଅଧିକାରୀ ଓ କର୍ମଚାରୀମାନେ ବିପୁଳ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ସଚିବାଳୟର ବିଭିନ୍ନ ବିଭାଗର ଶହ ଶହ ଅଧିକାରୀ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ପାମ୍ କୋର୍ଟରେ ରୁଣ୍ଡ ହୋଇ ଶ୍ରୀ ତ୍ରିପାଠୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏକାଠି ହୋଇଥିଲେ। ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଚିବାଳୟ ସେବା ସଂଘ ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ, ଜ୍ୟୋତି ରଞ୍ଜନ ମିଶ୍ର, ପୀୟୁଷ ରଞ୍ଜନ ପରିଡ଼ା ଓ ବିଷ୍ଣୁପ୍ରସାଦ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।
ଅସିତ ତ୍ରିପାଠୀଙ୍କୁ ସଚିବାଳୟରେ ବିଦାୟ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2019/09/asit-tripathy.6png.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)