ବାଜା,ଡିଜେ ଓ ନୃତ୍ୟରେ ଶତାୟୁଙ୍କୁ ଶେଷବିଦାୟ

କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଶତାୟୁଙ୍କ ମୃତ୍ୟୁପରେ ଏକ ଶୋଭାଯାତ୍ରାର ଆୟୋଜନ କରାଯିବା ସହିତ ବାଜା ଓ ଡିଜେ ବଜାଇ, ନୃତ୍ୟ ପରିବେଷଣ କରି ଶେଷ ବିଦାୟ ଦିଆଯାଇଛି।

ଏହି ବୃଦ୍ଧା ଜଣକ ହେଉଛନ୍ତି ମାଙ୍ଗରୀ ସୁରିନ। ତାଙ୍କୁ ୧୧୫ବର୍ଷ ହୋଇଥିଲା ବେଳେ ଗତକାଲି ରାତିରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଏହିଭଳି ଜଣେ ବୟସ୍କ ବ୍ୟକ୍ତିଙ୍କୁ କିଭଳି ଅନ୍ତିମ ବିଦାୟ ନିଆଯିବ, ସେ ସମ୍ପର୍କରେ ସ୍ବତନ୍ତ୍ର ଭାବେ ଚିନ୍ତା କରିଥିଲେ ଗଁାଲୋକ, ପରିବାର ଓ ବନ୍ଧୁବାନ୍ଧବ। ଶେଷରେ, ନିଆଯାଇଥିବା ନିଷ୍ପତ୍ତି ମୁତାବକ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗାଡ଼ିରେ ଡିଜେ ବାଜା ବଜାଇ ନାଚି ନାଚି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ସମସ୍ତେ । ଉଲ୍ଲେଖଯୋଗ୍ୟ ଯେ ବାର୍ଦ୍ଧକ୍ୟ କାରଣରୁ ଶ୍ରୀମତୀ ସୁରିନ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ।

ସମ୍ବନ୍ଧିତ ଖବର