ଭୁବନେଶ୍ବର : ଚଳିତ ସାଧାରଣ ନିର୍ବାଚନ ବର୍ଷରେ ଭାରତର କୃଷି ଋଣ ଛାଡ଼ ପ୍ରତିଶ୍ରୁତି ୪୦୦୦ କୋଟି ଡଲାର (ପ୍ରାୟ ୨ ଲକ୍ଷ ୮୦ ହଜାର କୋଟି ଟଙ୍କା) ଟପିବ! ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ନିର୍ବାଚନୀ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ‘ଆମେରିକାନ୍ ବ୍ୟାଙ୍କ ଅଫ୍ ମେରିଲ୍ ଲିଞ୍ଚ୍’ ଗତ ଜୁଲାଇ ରିପୋର୍ଟ ଏଭଳି ଆଶଙ୍କା ବ୍ୟକ୍ତ କରିଥିଲା। ତେବେ କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଦେଇ କ˚ଗ୍ରେସ ରାଜସ୍ଥାନ, ମଧୢ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ସଦ୍ୟ କ୍ଷମତାଚ୍ୟୁତ କରିବା ପରେ ଆସନ୍ନ ସାଧାରଣ ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳମାନେ ଏହି ପଥ ଅନୁସରଣ କରିବା ସମ୍ଭାବନା ଘନୀଭୂତ ହେବାରେ ଲାଗିଛି। ଏପରିକି ସାଧରଣ ନିର୍ବାଚନ ସହ ବିଧାନସଭା ଭୋଟ୍ର ସମ୍ମୁଖୀନ ହେଉଥିବା ରାଜ୍ୟର ପ୍ରମୁଖ ଦଳଗୁଡ଼ିକ ମଧୢ କୃଷି ଋଣ ଛାଡ଼କୁ ନିଜ ନିଜ ଇସ୍ତାହାରରେ ଗୁରୁତ୍ବ ଦେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ସମ୍ଭାବ୍ୟ ପରିସ୍ଥିତିରେ ୨୦୧୪ରୁ ୨୦୧୯ ମଧୢରେ ଦେଶର କୃଷି ଋଣ ଛାଡ଼ ପ୍ରତିଶ୍ରୁତି ୫୬୫୦ କୋଟି ଡଲାର (ପ୍ରାୟ ୪ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିବ ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଏଭଳି ପ୍ରତିଶ୍ରୁତି ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସାମୟିକ ସହାୟକ ହେଉଥିଲେ ମଧୢ ଏହା ଯେ ଦେଶର ସୁସ୍ଥ ଅର୍ଥ ନୀତି ପାଇଁ ବିପଜ୍ଜନକ-ସେ ସମ୍ପର୍କରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସମେତ ବିଶ୍ବର ବଛାବଛା ଅର୍ଥନୀତିଜ୍ଞମାନେ ସତର୍କ କରାଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ଗଭର୍ଣ୍ଣର ରଘୁରାମ ରାଜନ୍ ଆଉ ପାଦେ ଆଗେଇ ଏଭଳି ପ୍ରତିଶ୍ରୁତିରେ କଟକଣା ଜାରି କରିବାକୁ ଭାରତର ନିର୍ବାଚନ କମିସନ୍ଙ୍କୁ ଚିଠି ଲେଖିଛନ୍ତି। ଅର୍ଥ ବିଶାରଦଙ୍କ ମତରେ କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଓ ଏହାର କାର୍ଯ୍ୟକାରୀତା ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବ। ଦେଶର ବିଗିଡ଼ା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ କେନ୍ଦ୍ର ସରକାର ଆର୍ଥିକ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ର ୩.୩%ରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ କେବଳ କୃଷି ଋଣ ଛାଡ଼ ପଦକ୍ଷେପ ଏହାକୁ ୬.୫% ପର୍ଯ୍ୟନ୍ତ ଠେଲିଦେବ। ଟଙ୍କା ଆକାରରେ ଦେଶର ଆର୍ଥିକ ନିଅଣ୍ଟ ୧୧ ଲକ୍ଷ କୋଟିକୁ ଟପିବ। ପରିଣାମସ୍ବରୂପ ମୁଦ୍ରାସ୍ଫୀତି କେବଳ ଯେ ଉତ୍କଟ ହେବ ତାହା ନୁହେଁ, ବର˚ ଭାରତ କ୍ରମଶଃ ଏକ ଦେବାଳିଆ ରାଷ୍ଟ୍ର ଭାବେ ବିବେଚିତ ହେବ।
ଗ୍ରାମାଞ୍ଚଳ ଭୋଟ୍ ହାତେଇବା ପାଇଁ କୃଷି ଋଣ ଛାଡ଼ର ନକାରାତ୍ମକ ଚିନ୍ତାଧାରା ଆରମ୍ଭ ହୋଇଥିଲା ୧୯୯୦ରେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି ସି˚ହଙ୍କ ସରକାର ସେତେବେଳେ ୧୦,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ। ୨୦୦୯ ନିର୍ବାଚନକୁ ଯିବା ପୂର୍ବରୁ କ˚ଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ୨୦୦୮ରେ କୃଷି ଋଣ ଛାଡ଼ ପାଇଁ ୫୨,୪୧୯ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ତାମିଲନାଡ଼ୁ ଓ ପଞ୍ଜାବ ଭଳି ଅଳ୍ପ କିଛି ରାଜ୍ୟ କୃଷି ଋଣ ଛାଡ଼ କରିଥିଲେ। ମୋଟାମୋଟି ଭାବେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ପରିମାଣ ପାଖାପାଖି ୧ ଳକ୍ଷ କୋଟି ଟଙ୍କାରେ ସୀମିତ ଥିଲା। ୨୦୧୪ ପରେ ବିଧାନସଭା ନିର୍ବାଚନକୁ ଯାଇଥିବା ୮ଟି ରାଜ୍ୟ କୃଷି ଋଣ ଛାଡ଼ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଥିବା ବେଳେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନ ପରେ ରାଜସ୍ଥାନ, ମଧୢ ପ୍ରଦେଶ ଓ ଛତିଶଗଡ଼ରେ ଏହି ପ୍ରତିଶ୍ରୁତି ରକ୍ଷା ପାଇଁ କ˚ଗ୍ରେସ ସରକାର ବଦ୍ଧ ପରିକର। ତଥ୍ୟ ଅନୁସାରେ ୨୦୧୪ ମେ ପରେ ତେଲେଙ୍ଗାନାର ଟିଆର୍ଏସ୍ ସରକାର ୨୦ ହଜାର କୋଟି, ଆନ୍ଧ୍ରର ଟିଡ଼ିପି ସରକାର ୪୨ ହଜାର କୋଟି, ୨୦୧୬ ମେ’ରେ ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ.ଜୟଲଲିଥା ୭୭୬୯ କୋଟି, ୨୦୧୭ ଏପ୍ରିଲରେ ଉତ୍ତର ପ୍ରଦେଶର ବିଜେପି ସରକାର ୩୬,୪୫୯ କୋଟି, ଜୁନ୍ରେ ପଞ୍ଜାବର ଅକାଳୀ-ବିଜେପି ମେଣ୍ଟ ସରକାର ୨୪ ହଜାର କୋଟି, କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାର ୮୧୬୫ କୋଟି ଟଙ୍କା କୃଷି ଋଣ ଛାଡ଼ ଘୋଷଣା କରିଥିଲେ। ଏଥି ସହ କର୍ଣ୍ଣାଟକର ବିଭିନ୍ନ ସରକାରୀ ବ୍ୟାଙ୍କରେ ଥିବା ପ୍ରାୟ ୫୨ ହଜାର କୋଟି ଟଙ୍କାର କୃଷି ଋଣ ଖିଲାପୀକୁ କେନ୍ଦ୍ର ସରକାର ପରିଶୋଧ କରିବା ଲାଗି ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା ନିଜ ଦଳର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏମାନଙ୍କ ବ୍ୟତୀତ ମହାରାଷ୍ଟ୍ରର ବିଜେପି ସରକାର ଗତ ଜୁନ୍ରେ ୩୪,୦୨୨ କୋଟି ଓ କର୍ଣ୍ଣାଟକର ଜେଡ଼ି(ଏସ୍)-କ˚ଗ୍ରେସ ମେଣ୍ଟ ସୀରକାର ୫୩ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼କୁ କାର୍ଯ୍ୟକାରୀ କରିଛନ୍ତି। ପୁନଶ୍ଚ ଗୁଜରାଟର ବିଜେପି ସରକାର ୪୦,୬୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପଞ୍ଜାବର କ˚ଗ୍ରେସ ସରକାର ୩୬,୬୦୦ କୋଟି, ହରିଆଣା ୫୬ ହଜାର କୋଟି ଟଙ୍କା ଛାଡ଼ କରିବାକୁ ହିସାବ କରିଛନ୍ତି। ନିର୍ବାଚନୀ ପ୍ରତିଶ୍ରୁତି କାର୍ଯ୍ୟକାରୀ ନିମନ୍ତେ ମଧୢ ପ୍ରଦେଶ ସରକାର ପ୍ରାୟ ୫୬ ହଜାର କୋଟି, ରାଜସ୍ଥାନ ୪୦ ହଜାର କୋଟି ଓ ଛତିଶଗଡ଼ ସରକାର ଅନ୍ତତଃ ୨୦ ହଜାର କୋଟି କୃଷି ଋଣ ଛାଡ଼ କରିବାକୁ ହିସାବ ଆରମ୍ଭ କରିଛନ୍ତି। ପୁଣି ସାରା ଦେଶରେ କୃଷି ଋଣ ଛାଡ଼ ପାଇଁ କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧି ଆଗୁଆ ସୂଚନା ଦେଇଥିବାରୁ ଗ୍ରାମାଞ୍ଚଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ନେତୃତ୍ବ ଯେ କୌଣସି ଗ୍ରହଣୀୟ ବିକଳ୍ପ ଲୋଡ଼ିବେ, ତାହାର ସମ୍ଭାବନା କ୍ଷୀଣ। ତେଣୁ କୃଷି ଋଣ ଛାଡ଼ ପ୍ରମୁଖ ଦଳଗୁଡ଼ିକର ଇସ୍ତାହାର ପାଲଟିବା ଅସମ୍ଭବ ନୁହେଁ।
୧୯୯୦ରୁ ୨୦୦୯ ମଧୢରେ ଦେଶରେ କୃଷି ଋଣ ଛାଡ଼ ୯୦ ହଜାର କୋଟି ଟଙ୍କା ମଧୢରେ ସୀମିତ ଥିଲା। ୨୦୧୪ରୁ ୨୦୧୮ ମଧୢରେ ତାହା ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଗାମୀ ସାଧାରଣ ନିର୍ବାଚନ ବେଳକୁ ଋଣ ଛାଡ଼ ପ୍ରତିଶ୍ରୁତି ନିହାତି ୫ ଲକ୍ଷ କୋଟି ଟପିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଅର୍ଥ ବିଶାରଦଙ୍କ ମତରେ ଚାଷୀ ପରିବାରଙ୍କ ଭୋଟ ଆଶାରେ ବିଭିନ୍ନ ସରକାର କୃଷି ଋଣ ଛାଡ଼ କରନ୍ତି ସତ, ମାତ୍ର ଦେଶର ଦୁଇ-ତୃତୀୟା˚ଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରୁ ଟଙ୍କାଟିଏ ଫାଇଦା ପାଇ ନଥାନ୍ତି। ଜାତୀୟ ସାମ୍ପଲ ସର୍ଭେ ରିପୋର୍ଟ-୨୦୧୩ ଅନୁଯାୟୀ ଦେଶର ୩୨ କୋଟି ୮୦ ଲକ୍ଷ ଚାଷୀଙ୍କ ମଧୢରୁ ମାତ୍ର ୧୦ କୋଟି ୧୦ ଲକ୍ଷ ଚାଷୀ ବ୍ୟାଙ୍କ କିମ୍ବା ସମବାୟ ସ˚ସ୍ଥାରୁ କୃଷି ଋଣ ନେଉଥିବା ବେଳେ ୨୨ କୋଟି ୭୦ ଲକ୍ଷ ଚାଷୀ ସାହୁକାର କିମ୍ବା ସମ୍ପର୍କୀୟଙ୍କଠାରୁ ଚଢ଼ା ସୁଧରେ ଋଣ ଆଣିଥାନ୍ତି। କୌଣସି କାରଣରୁ ଫସଲ କ୍ଷତି ହେଲେ, ସେମାନେ ଋଣ ବୋଝ ସହି ନପାରି ଆତ୍ମହତ୍ୟା କରନ୍ତି। ଇତିମଧୢରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ ମଧୢ ଚାଷୀ ଆତ୍ମହତ୍ୟା ହାର ଆଖିଦୃଶିଆ ଭାବେ ହ୍ରାସ ପାଇ ନାହିଁ। ତେଣୁ କୃଷି ଉତ୍ପାଦନ ଜରିଆରେ କୃଷକକୁ ସ୍ବାବଲମ୍ବୀ କରିବା ପାଇଁ କୃଷି ଋଣ ଛାଡ଼ ପଦକ୍ଷେପ ଆଦୌ ପ୍ରକୃଷ୍ଟ ବିକଳ୍ପ ନୁହେଁ। ଅର୍ଥନୀତିଜ୍ଞଙ୍କ ମତରେ ଏକ ହେକ୍ଟର ଜମିକୁ ଜଳସେଚିତ କରିବା ଲାଗି ୧୮୩୩ କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏ ପର୍ଯ୍ୟନ୍ତ ଛାଡ଼ ହୋଇଥିବା କୃଷି ଋଣକୁ ଯଦି ଜଳସେଚନ ପ୍ରକଳ୍ପ ପାଇଁ ବ୍ୟୟ କରାଯାଇଥାନ୍ତା, ତେବେ ଦେଶର ସେଚ କ୍ଷମତା ହାରାହାରି ୫୫% ବୃଦ୍ଧି ପାଇ ୧୬ କୋଟି ୯୦ ଲକ୍ଷ ହେକ୍ଟରରେ ପହଞ୍ଚିଥାନ୍ତା। ସୁତରା˚ ଚାଷ ଓ ଚାଷୀର ଦୀର୍ଘମିଆଦି ଉନ୍ନତି ପାଇଁ ଜଳସେଚନ, ଶୀତଳ ଭଣ୍ତାର ଓ କୃଷି ଉତ୍ପାଦର ସହାୟକ ମୂଲ୍ୟ ବୃଦ୍ଧିକୁ ଗୁରୁତ୍ବ ଦେବା ବଦଳରେ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଋଣ ଛାଡ଼କୁ ଆଲିଙ୍ଗନ କରିବା ଦେଶର ଅର୍ଥନୀତି ପ୍ରତି ଘୋର ବିପଦ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/far-f-1.jpg)