ଋଣଛାଡ଼ ଅର୍ଥନୀତିକୁ ଦୁର୍ବଳ କରିବ: ନବୀନ

କଂଗ୍ରେସ ଲାଗି ଓଡ଼ିଶା ଢେର୍ କ୍ଷତି ସହିଛି, ବିଜେପି କୁହେ ବେଶି, କାମରେ କମ୍‌, ରାଜନଙ୍କ ରାସ୍ତାରେ ଗଲା ଓଡ଼ିଶା

ଭୁବନେଶ୍ବର : ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୀତିେର ଚାଲିଥିବା ଚର୍ଚ୍ଚା ଆଜି ନୂଆ ମୋଡ଼ େନଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କୃଷି ଋଣଛାଡ ଦାବିକୁ କେବଳ ଅଗ୍ରାହ୍ୟ କରିଛନ୍ତି ତା ନୁହେଁ ଏହି ପ୍ରସଙ୍ଗରେ ନିର୍ବାଚନ ପ୍ରତିଶ୍ରୁତି ରଖିଥିବା ଉଭୟ କଂଗ୍ରେସ ଓ ବିେଜପିକୁ କଡ଼ା ସମାେଲାଚନା କରିଥିଲେ। ଆଜି ସଚିବାଳୟରେ ପ୍ରଥମଥର ପାଇଁ ନବୀନ ସାମ୍ବାଦିକ ସମ୍ମିଳନୀ କରି ବିନା ଦ୍ବିଧାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ରଖିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, କୃଷି ଋଣ ଛାଡ ପାଇଁ କଂଗ୍ରେସ ଓ ବିଜେପିର ଦାବି ହାସ୍ୟାସ୍ପଦ। କଂଗ୍ରେସର ଦାବି ତାଙ୍କ ବିଗତ ଦିନର ଇତିହାସକୁ ଦେଖିଲେ ବୁଝାପଡିଯାଉଛି।

କଂଗ୍ରେସର ଭୁଲ ଅର୍ଥନୀତି େଯାଗୁଁ ୧୯୯୫ରୁ ୧୯୯୯ ମଧ୍ୟରେ ରାଜ୍ୟ ଦେବାଳିଆ ସ୍ଥିତିକୁ ଚାଲିଯାଇଥିଲା। ଟ୍ରେଜେରି ଖାଲି ହୋଇଯାଇଥିଲା, ଦରମା ଦିଆଯାଇପାରୁନଥିଲା ଓ ଭିତ୍ତିଭୂମି ନଷ୍ଟ ହୋଇଯାଇଥିଲା। ଏହାଦ୍ବାରା ଅତୀତରେ ଲୋକେ କଷ୍ଟ ପାଇଛନ୍ତି, ଭବିଷ୍ୟତରେ କିନ୍ତୁ କଷ୍ଟ ପାଇବେନି। ‘କାଳିଆ’ ଯୋଜନା ଏକ ପ୍ରଗତିଶୀଳ ଯୋଜନା ଏବଂ ଏହାଦ୍ବାରା ଦରିଦ୍ରରୁ ଦରିଦ୍ରତମ ଲୋକ ଆତ୍ମନିର୍ଭରଶୀଳ ହୋଇପାରିବେ ।

ବିଜେପିର ଋଣଛାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜେପି ଅଧିକ କୁହେ, କମ୍ କାମ କରେ। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓ ଏମ୍ଏସପିକୁ ଦେଢ ଗୁଣା କରିବାକୁ ଘୋଷଣା କରିଥିଲା। ଚାଷୀ ଋଣଛାଡ଼ ଜାତୀୟ ଅର୍ଥନୀତି ଓ ରାଜ୍ୟ ଅର୍ଥନୀତିକୁ ଦେବାଳିଆ କରିବ।

ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ େବାନସ ବଢ଼ାଇବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ବାମୀନାଥନ୍ କମିଟି ରିେପାର୍ଟକୁ କାର୍ଯ୍ୟକାରୀ କରିବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ନେଇ ଆମେ େକନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛୁ। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି େକନ୍ଦ୍ରର କର୍ତ୍ତୃତ୍ବାଧୀନ େବାଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପୂର୍ବରୁ ଅର୍ଥଶାସ୍ତ୍ରୀ ତଥା ରିଜର୍ଭବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଫସଲ ଋଣ ଛାଡକୁ ପ୍ରବଳ ବିେରାଧ କରିଛନ୍ତି। ରାଜନେତାମାେନ ଏଭଳି ପ୍ରତିଶ୍ରୁତିରୁ କ୍ଷାନ୍ତ ନ ରହିଲେ ଅର୍ଥନୀତି ବିଗିଡିଯିବ େବାଲି ଶ୍ରୀ ରାଜନ େଚତାଇ େଦଇଛନ୍ତି। ଅନ୍ୟ ଅର୍ଥନୀତିଜ୍ଞମାେନ ମଧ୍ୟ ରାଜନଙ୍କ ଏହି ମତ ସହିତ ସ୍ବର ମିଳାଇଛନ୍ତି। କେବଳ ସେତିକି ନୁେହଁ, ଚାଷୀ ପ୍ରସଙ୍ଗ େଲଖିବା ବେଳେ ଜାତୀୟସ୍ତରର ସ୍ତମ୍ଭକାର ମଧ୍ୟ ଋଣ ଛାଡ ଚାଷୀଙ୍କ ସମସ୍ୟାର ସବୁଦିନିଆ ସମାଧାନ ନୁହେଁ େବାଲି କହି ଆସୁଛନ୍ତି। ଏଭଳି ସ୍ଥିତିରେ ନବୀନଙ୍କ ନୂଆ ବିକଳ୍ପ ସୂତ୍ର ଉଭୟ େକନ୍ଦ୍ର ଓ ଅନ୍ୟ ରାଜ୍ୟ ପାଇଁ କୃଷି ସମସ୍ୟା ସମାଧାନ ଲାଗି ରାସ୍ତା େଦଖାଇବ େବାଲି ରାଜନୈତିକ ମହଲରେ କୁହାଯାଉଛି।

ଏଠାରେ ଉଲ୍ଲେଖଥାଉକି, କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଶୁଣାଇବା ପରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବାରୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ପ୍ରାଞ୍ଜଳ ଉତ୍ତର ରଖିଥିଲେ। ଏକାଠି ପ୍ରଶ୍ନ ନ କରି ଜଣେ ପରେ ଜଣେ ପ୍ରଶ୍ନ କରିବା ଲାଗି ପରାମର୍ଶ ଦେବା ସହିତ ବିଶଦ ଉତ୍ତର ରଖିଥିଲେ।

ସମ୍ବନ୍ଧିତ ଖବର