ଟୋକନ ମାଧ୍ୟମରେ ଧାନ କିଣାକୁ ତୀବ୍ର ବିରୋଧ: କାଲିଠୁ ଚାଷୀ ସଂଗଠନର ଆନ୍ଦୋଳନ

ସମ୍ବଲପୁର/ବରଗଡ଼: ଟୋକନ ମାଧ୍ୟମରେ ଧାନ କିଣା ବ୍ୟବସ୍ଥା ପ୍ରତ୍ୟାହାର ଦାବି କରୁଥିବା ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଚାଷୀମାନେ କୈଣସି ପ୍ରକାରେ ସାଲିସ କରିବା ପାଇଁ ପ୍ରସ୍ତୁତ ନାହାନ୍ତି। ଚାଷୀ ସଂଗଠନ ଗୁରୁବାର ଠାରୁ ଜାତୀୟ ରାଜପଥ ଅବରେଧ କରି ଆନ୍ଦୋଳନକୁ ଓହ୍ଲାଇବ। ଚାଷୀମାନେ ବରଗଡ଼ ଜିଲ୍ଲାର ଅତାବିରା ଓ ଗୋଡ଼ଭଙ୍ଗା ଠାରେ ରାଜ୍ୟ ଓ ଜାତୀୟ ରାଜପଥ ଅବରୋଧ କରିବେ।

ଆଜି ସନ୍ଧ୍ୟାରେ ଚାଷୀ ସଂଗଠନ ସହ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ସମ୍ବଲପୁରସ୍ଥିତ ସର୍କିଟ ହାଉସ୍‌ରେ ବୈଠକ ହୋଇଛି। ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ଡିଆଇଜି, ଏସ୍‌ ମଧ୍ୟ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟ ଓ ମଙ୍ଗଳବାର ୩ ବିଧାୟକଙ୍କ ଘରେ ଧାନ ବସ୍ତା ରଖି ଚାଷୀମାନଙ୍କ ଦ୍ୱାରା ଅବରୋଧ କରାଯାଇଥିଲା। ଏହା ପରେ ଗୁରୁବାର ଠାରୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ପାଇଁ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ନିଷ୍ପତ୍ତି ନେଇଛି। କୃଷକ ସୁରକ୍ଷା ସଂଗଠନ ଟୋକନ ପ୍ରତ୍ୟାହାର ପାଇଁ ପୁନର୍ବାର ପ୍ରଶାସନକୁ ଗୋଟିଏ ଦିନ ସମୟ ଦେଇ ୨୧ ତାରିଖରୁ ଅର୍ନିଦିଷ୍ଟ କାଳ ପାଇଁ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର