ବଲାଙ୍ଗୀର: ପୁଣି କୀଟନାଶକ ପିଇଲେ ଚାଷୀ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର/ଟିଟିଲାଗଡ଼: କପା ଓ ଧାନ ଚାଷ ନଷ୍ଟ ହେବାରୁ ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକରେ ଜଣେ ଚାଷୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସିଆଲଝୁଡଙ୍ଗୀର ଚାଷୀ କୁଦୋ ବାଗ କୀଟନାଶକ ପିଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। କୁଦୋ ବାଗ ସାହୁକାରଙ୍କ ଠାରୁ ଋଣ ନେଇ କପା ଓ ଧାନ ଚାଷ କରିଥିଲେ।

ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା ଖଡ଼ିଆଲ କୋଟାମାଲ ଗ୍ରାମର ଚାଷୀ ଝରପୋଡ଼ ଶବର ଗୁରୁବାର ଆତ୍ମହତ୍ୟା କରିଥିଲେ। କପା ଓ ଧାନ ଫସଲ ନଷ୍ଟ ହେବାରୁ ସେ ବିଲରେ ଥିବା ବେଳେ କୀଟନାଶକ ପିଇ ଦେଇଥିଲେ। ସେ ସ୍ୱଂୟ ସହାୟକ ଗୋଷ୍ଠୀରୁ ୫୦ ହଜାର ଟଙ୍କା ଋଣ ନେଇ ୫ ଏକର ଜମିରେ ଧାନ ଓ କପା ଚାଷ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖଡ଼ଆଲ ମିଶନ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା। ଚିକିତ୍ସଧୀନ ଅବସ୍ଥାରେ ଝରପୋଡ଼ଙ୍କ ମୃତ୍ୟୁ ହୋଇଛି।

ସେହିଭଳି ଗତ ନଭେମ୍ବର ୨୧ରେ କୁମୁନା ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମର ସାଗର ଦୀପ କୀଟନାଶକ ପିଇ ଗୁରତର ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲେ। ଏହି ଘଟଣାକୁ ନେଇ ବୁଧବାର ବିଜେପି ପକ୍ଷରୁ କରବୋଡ଼ ରାସ୍ତାରୋକ କରିଥିବା ବେଳ ଗୁରୁବାର ପୁଣି ଖଡ଼ିଆଲ ଥାନା ସମ୍ମୁଖରେ ରାସ୍ତାରୋକ କରାଯାଇଥିଲା।

ସମ୍ବନ୍ଧିତ ଖବର