ଋଣ ଶୁଝିବା ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା

ଗାନ୍ଧିଛକ : ଚାଷରେ କ୍ଷତି ସହ ଚାଷ ପାଇଁ ଆଣିଥିବା ଧାର ଟଙ୍କା ଶୁଝିବା ଚିନ୍ତାରେ ଆଜି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅଧୀନ କରୁଆ ପଞ୍ଚାୟତ ପାଳସାହିି ଗ୍ରାମର ବରେନ୍ଦ୍ର ପରିଡ଼ା (୫୦) ଖରିଫ ଋତୁରେ ଧାନ ଚାଷ କରିଥିଲେ। ତେବେ ଅଦିନିଆ ବର୍ଷା ଓ ରୋଗପୋକ ପାଇଁ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଅମଳ ଭଲ ନହେବାରୁ ସେ ଚାଷ ପାଇଁ କରିଥିବା ଋଣ ଶୁଝିବା ନେଇ ଚିନ୍ତାରେ ଥିଲେ।

ତେବେ ଆଜି ବରେନ୍ଦ୍ର ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିଲେ। ପରିବାର ଜାଣିବା ପରେ ତାଙ୍କୁ ସଂଗେ ସଂଗେ ବସ୍ତା ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଗ୍ରାମବାସୀ ତୁରନ୍ତ ମୃତ ବରେନ୍ଦ୍ରଙ୍କ ପରିବାରକୁ ସରକାରୀ କ୍ଷତିପୂୂଣ ପ୍ରଦାନ ପାଇଁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବରେନ୍ଦ୍ର କେଉଁଠୁ କେତେ ଟଙ୍କା ଋଣ କରିଥିଲେ, ସେନେଇ ଠିକ୍‌ ତଥ୍ୟ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର