ଋଣ ପରିଶୋଧ କରି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କୋଲଣପୁର ଗ୍ରାମରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଗ୍ରାମର ଚାଷୀ ସୁମନ୍ତ ମଳିକ (୩୫) ଚାଷ ପାଇଁ କରିଥିବା ଋଣ ପରିଶୋଧ କରି ନପାରି ଶେଷରେ ଆତ୍ମହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ ଯେ ସୁମନ୍ତ ସ୍ଥାନୀୟ ଅଂଚଳରେ ଥିବା ବିଭିନ୍ନ ମାଇକ୍ରୋ ଫାଇନାନ୍ସରୁ ଋଣ ଆଣିବା ସହିତ ଗାଁ ମହାଜନଙ୍କ ଠାରୁ ହାତ ଉଧାରି ଋଣ ଆଣି ଚାଷ କରିଥିଲେ । ଧାନ ଉତ୍ପାଦନ ହେବା ପୂର୍ବରୁ ଋଣ ପରିଶୋଧ କରିବା ନିମନ୍ତେ ମାଇକ୍ରୋ ଫାଇନାନ୍ସ ଏବଂ ଗାଁ ମହାଜନମାନେ ଋଣଟଙ୍କା ଆଦାୟ ନେଇ ଜୁଲମ୍ କରିଥିଲେ । ଫଳରେ ସେ ମାନସିକ ସ୍ତରରେ ଆଘାତ ପାଇ ଚିନ୍ତାରେ ଥିଲେ । ଫଳରେ, ଗତକାଲି ରବିବାର ରାତିରେ ନିଜ ଘରର ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଆଜି ସକାଳେ ଲୋକେ ଦେଖିବାକୁ ପାଇଥିଲେ । ଋଣ ପରିଶୋଧ ମାନସିକ ଯନ୍ତ୍ରଣାକୁ ସହି ନପାରି ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର