ଢେଙ୍କାନାଳ: ସାମୁଦ୍ରିକ ଝଡ଼ ତିିତ୍ଲି ପ୍ରଭାବରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାରୁ ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ତାଳବରକୋଟା ଗାଁର କୈଳାଶ ନାୟକ (୫୫) ଭାଗ ଚାଷ କରିଥିଲେ। ସେ ୩ ଏକର ଜମିରେ ଧାନ, ମୁଗ ଓ ବିରି ଚାଷ କରିଥିଲେ। ଚଳିତ ମାସ ୨ୟ ସପ୍ତାହରେ ବାତ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। ଫସଲ ନଷ୍ଟ ହେବା ନେଇ କୈଳାଶ କୃଷି ବିଭାଗ ନିକଟରେ ଅଭିଯୋଗ କରିଥିଲେ। କୃଷି ବିଭାଗର ଅଧିକାରୀମାନେ ଚାଷ ଜମି ପରିଦର୍ଶନ କରି ଫସଲ ନଷ୍ଟ ହୋଇନଥିବା କହିବାରୁ କୈଳାଶ ଭାଙ୍ଗି ପଡ଼ିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
/sambad/media/post_attachments/wp-content/uploads/2018/10/farmersuicide-300x150.jpg)
ଚାଷ ଜମିକୁ ଅଧିକାରୀଙ୍କ ପରିଦର୍ଶନ ଏବଂ କହିବା ପରେ କୈଳାଶ ମାନସିକ ଭାରସାମ୍ୟ ହରାଇ ସୋମବାର ରାତିରେ ବିଷ ପିଇ ଦେଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲରେ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି କୈଳାଶଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହକୁ ଅପରାହ୍ନ ୩ଟାରେ ଗାଁକୁ ଅଣାଯିବା ପରେ ଘଟଣା ସଂପର୍କରେ ଜଣାପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଫସଲ ନଷ୍ଟ ସହିତ ଋଣଭାର ଯୋଗୁଁ କୈଳାଶ ଆତ୍ମହତ୍ୟା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Dhenkanal.jpg)