ପାତ୍ରପୁର: ଲଗାତାର ୩ ଦିନ ବର୍ଷା ହେବା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଧାନ ସହ ଅନ୍ୟ ଫସଲ ବ୍ୟାପକ ନଷ୍ଟ ହୋଇଛି। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଆଜି ସକାଳୁ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ବର୍ଷା ଜନିତ କ୍ଷୟକ୍ଷତି ଦେଖି ଜମିରୁ ଶସ୍ୟ ଉତ୍ପାଦନ ଅସମ୍ଭବ ମନେ କରି ଚାଷୀ ଜଣକ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀ ହେଲେ କୈଳାଶ ଶବର (୫୫)।
ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁରୁବୁଡ଼ି ପଞ୍ଚାୟତ ଉଲୁମା ଗ୍ରାମର ଜଣେ ଭାଗଚାଷୀ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚାଷୀ ଜଣକ ହେଲେ ଉକ୍ତ ଗ୍ରାମର କୈଳାଶ ଶବର (୫୭) । ଯାହାକୁ ନେଇ ଆଦିବାସୀ ଘରର ଏକମାତ୍ର ରୋଜଗାରିଆ ତଥା ପରିବାରର ମୁଖ୍ୟ ଥିଲେ କୈଳାସ । ‘ଜୱାଦ’ ବତ୍ୟା ତଥା ଲଘୁଚାପର ଲଗାଣ ବର୍ଷା ଗଲାପରେ ପ୍ରାୟ ତିନିଦିନର ଲଗାଣ ବର୍ଷାରେ ପାତ୍ରପୁର ବ୍ଳକରେ ବହୁ ଚାଷ ଜମି ଜଳାର୍ଣ୍ଣବ ହୋଇ ଥିବା ବେଳେ ବ୍ୟାପକ ଧାନ ଫସଲ କ୍ଷତି ହୋଇଥିବା ଜଣାପଡ଼ିଛି ।
ତେବେ ଉକ୍ତ ଚାଷୀ ଜଣକ ଟି. ନାମେଶ୍ୱର ପାତ୍ରଙ୍କ ପ୍ରାୟ ଦୁଇଏକର ଚାଷ ଜମିରେ ଧାନ ଚାଷ କରିଥିଲେ ଏବଂ ଚଳିତ ବର୍ଷ ଧାନ ଭଲ ମଧ୍ୟ ହୋଇଥିଲା । ତେବେ ଲଗାଣ ବର୍ଷା ଫଳରେ ଧାନ ଅମଳ ପୁର୍ବରୁ ସମ୍ପର୍ଣ୍ଣ ଜମିରେ ପାଣି ଜମି ଧାନ ଫସଲ ନଷ୍ଟ ହୋଇଥିଲା । ଚଳିତ ବର୍ଷ ଧାନ ଅମଳ ଭଲ ନହେବା ଆଶଙ୍କା କରି ଚାଷୀ ଜଣକ ପରିବାର ପ୍ରତିପୋଷଣ ହୋଇପାରିବ ନାହିଁ ବୋଲି ଅନୁମାନ କରି ଚାଷୀ ଜଣକ ପରିବା ବାଡ଼ରେ ପକାଇବା ଆଣିଥିବା କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରେ ପରିବାର ଲୋକେ ଜାଣିବା ପରେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ କେଳାସଙ୍କ ମ୍ୟତ୍ୟୁ ହୋଇଥିବା ନିଜ ପତ୍ନୀ ପଦ୍ମା ଶବର ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/6ec59d6c-d9c4-4b95-a234-0760327bf154.jpg)