ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ର କଅଁରକେଲା ଗ୍ରାମର ଜଣେ ଚାଷୀ ଆଜି ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହୋଇଥିିବରୁ ମାନସିକ ଭାରସାମ୍ୟ ହରାଇ କଅଁରକେଲା ଗ୍ରାମର ମନୋଜ ସିଂହ ନାମକ ଜଣେ ୫୦ ବର୍ଷୀୟ ଚାଷୀ ଆତ୍ମହତ୍ୟା କରିଛନ୍ତି। େ
ମିଳିଥିବା ସୂଚନା ଅନୁଯାୟୀ ମନୋଜ ୫ ଏକର ଜମିରେ ଧାନ ଚାଷ କରିଥିଲେ। ମରୁଡ଼ି ଓ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଯାଇଥିିଳା। ଯାହା ବି ଫସଲ ବଞ୍ଚିଥିଲା ତାକୁ ଅମଳ ପୂର୍ବରୁ ଅଦିନିଆ ଲଘୁଚାପଜନିତ ବର୍ଷା ନଷ୍ଟ କରିଦେଇଥିଲା। ତେଣୁ ଫସଲ ନଷ୍ଟ ହେବାରୁ ସେ ମ୍ରିୟମାଣ ହୋଇ ଦୁଇ ଦିନ ହେଲା ବେଶ୍ ଚିନ୍ତାରେ ଥିଲେ ମନୋଜ। ତେବେ ଗତକାଲି ରାତିରେ ମାନସିକ ଭାରସାମ୍ୟ ହରାଇ ସେ କୀଟନାଶକ ଖାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ କଅଁରକେଲା ଗ୍ରାମରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।
ସୁନ୍ଦରଗଡ଼: ଉଜୁଡ଼ା ଫସଲ ଦେଖି ଆତ୍ମହତ୍ୟା କଲେ ଚାଷୀ
/sambad/media/post_attachments/wp-content/uploads/2017/11/sng.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)