ସମ୍ବଲପୁର/ବୁର୍ଲା: ସମ୍ବଲପୁର ଜଣେ ଚାଷୀ ଆଜି ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ବିଷପାନ କରିଥିବା ଚାଷୀ ହେଉଛନ୍ତି ଚକାନନ୍ଦ ଝାଙ୍କର(୫୨ ବର୍ଷ)।
ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ୍ ଜୟନ୍ତପୁର ପଞ୍ଚାୟତ ଦେଦାର- ନୂଆପଲ୍ଲୀ ଗାଁ ମୃତ ଚକାନନ୍ଦ ଝାଙ୍କରଙ୍କ ପୁଅ ସୁରେଶ ଝାଙ୍କରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚକାନନ୍ଦ ଏକର ପିଛା ୧୫ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରି ୫ ଏକର ଜମିରେ ଧାନଚାଷ କରିଥିଲେ। ଗତ ଖରିଫ ଋତୁରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଥିଲା। ପୁଣି ରବି ଫସଲ ନ ହୋଇଯାଇଥିବା ଦେଖିି ଚକାନନ୍ଦ ଧର୍ଯ୍ୟ ହରାଇ ଗତ ୧୨ ତାରିଖ ଦିନ ବିଷ ପାନ କରି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି।