ଗଞ୍ଜାମ : ବିଦ୍ୟୁତ ତାର ସଂସ୍ପର୍ଶରେ ଅ‌ାସି ଚାଷୀ ଦମ୍ପତିଙ୍କ ମୃତ୍ୟୁ 

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି  ବିଦ୍ୟୁତ ଖୁଣ୍ଟରୁ  ଛିଡିଥିବା ତାର ସଂସ୍ପର୍ଶରେ ଆସି  ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ପୁରୁଣା ବୁରୁପଡା ଗ୍ରାମର ହୀନ ସାମଲ ବୟସ(୬୫) ଓ ବିଷ୍ଣୁ ସାମଲ (୫୫)।

ସୂଚନା ମୁତାବକ ଆଜି ଭୋର୍‌ ୪ ଘଣ୍ଟା ସମୟରେ ଫୁଲ କୋବି ତୋଳିବା ପାଇଁ  ବିଲକୁ  ଯାଇଥିବା ବେଳେ ତାଙ୍କ ବିଲରେ ଠିଆ ହୋଇଥିବା ବିଦ୍ୟୁତ ଖୁଣ୍ଟରୁ ଛିଡିଥିବା ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ଖବର ପାଇ ପୁଅ ଗୌଡ ସାମଲ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳି ମେଡିକାଲ ନେଇଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସକାଳୁ ସକାଳୁ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ସମଗ୍ର ହିଂଜିଳି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାର ସୂଚନା ମିଳିଛି ।

ସମ୍ବନ୍ଧିତ ଖବର