ବନ୍ତଳା: ଅନୁଗୁଳ ବ୍ଲକ ଅଞ୍ଚଳରେ ବିଗତ କିଛି ଦିନ ହେବ ଜଙ୍ଗଲୀ ହାତୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ହାତୀମାନେ ରାତି ସମୟରେ ଜଙ୍ଗଲରୁ ଆସି ଫସଲ ଉଜାଡୁଛନ୍ତି। ଧାନ, ଡାଲିଜାତୀୟ ଫସଲ ସହ ପନିପରିବା ଖେତରେ ପ୍ରବେଶ କରିବା ଦ୍ବାରା ଚାଷୀମାନେ ନିରୁପାୟ ହୋଇଛନ୍ତି। ହାତୀମାନଙ୍କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ମଧ୍ୟ ଅଭିଯୋଗ ହେଉଛି।

Advertisment

publive-image

ଅନୁଗୁଳ ବ୍ଲକ ଅନ୍ତର୍ଗତ କରଡାସିଙ୍ଗ ଗ୍ରାମ ନିକଟରେ ଥିବା ଏକ ବାଇଗଣ କ୍ଷେତରେ ଆଜି ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଫଳରେ ଚାଷୀମାନେ ଏବେ ହତାଶ ଅବସ୍ଥାରେ ଅଛନ୍ତି।  ନନ୍ଦପୁର ପଞ୍ଚାୟତ ମଧୁପୁର ଗ୍ରାମର ଚାଷୀ ଦୁର୍ଯ୍ୟୋଧନ ବିଶ୍ୱାଳ କରଡାସିଙ୍ଗ ଗ୍ରାମ ନିକଟରେ ପ୍ରାୟ ୧ ଏକର ଜମିରେ ବାଇଗଣ ଚାଷ କରିଛନ୍ତି।  ସେଠାରେ ହାତୀପଲ ପଶି ବ୍ୟାପକ ବାଇଗଣ ଚାଷ କ୍ଷୟକ୍ଷତି କରିଛନ୍ତି। ଦୁର୍ଯ୍ୟୋଧନ ଆଜି ସକାଳୁ ଯେତେବେ‌େଳେ ଖେତକୁ ଯାଇଥିଲେ ଦେଖିଲେ ଯେ, ହାତୀପଲ ରାତିରେ ଆସି ବାଇଗଣ ଖାଇବା ସହିତ ବ୍ୟାପକ ନଷ୍ଟ କରିଛନ୍ତି। ବାଇଗଣ ବିକ୍ରି କରି ଦୁର୍ଯ୍ୟୋଧନ ଭଲ ଟଙ୍କା ରୋଜଗାର କରିବାକୁ ଆଶା ରଖିଥିଲେ। ଠିକ ସମୟରେ ହାତୀପଲ ଆସି ନଷ୍ଟ କରିଦେଇଥିବାରୁ ସେ ଖେତରେ ଭୋ ଭୋ ହାଇ କାନ୍ଦିଛନ୍ତି ।