ବିଦ୍ୟୁତ ଆଘାତରେ ଚାଷୀ ମୃତ

ସିନ୍ଧେକେଲା : ହଳ କରୁଥିବା ବେଳେ ବିଦ୍ୟୁତ ଆଘାତରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଚାନ୍ଦୋତରା ଗାଁର ଚାଷୀ ଛବିଲାଲ ବାଗ (୫୫)ଙ୍କ ମୃତ୍ୟୁ ଘଟିଛି।

ପ୍ରକାଶ ଯେ, ଚାଷୀ ଶ୍ରୀ ବାଗ ବୁଧବାର ଧାନ ତଳି ପକାଇବା ପାଇଁ ବିଷ୍ଣୁ ବେହେରାଙ୍କ ଜମିରେ ହଳ କରୁଥିଲେ। ଏହି ସମୟରେ ଜମିରେ ପୋତା ହୋଇଥିବା ବିଦ୍ୟୁତ ଖୁଣ୍ଟର ସପୋର୍ଟିଂ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଉକ୍ତ ତ‌ାରରେ ବିଦ୍ୟୁତ ପ୍ରବାହ ଥିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସିନ୍ଧେକେଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ଟିଟିଲାଗଡ଼ରେ ବ୍ୟବ‌େଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବୋଲି ତଦନ୍ତକାରୀ ଅଧିକାରୀ ସୁମନ ମଲ୍ଲିକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର