ହାତୀ ଆକ୍ରମଣରେ ଚାଷୀଙ୍କ ଜୀବନ ଗଲା

ବନ୍ତଳା : ଅନୁଗୁଳ ବ୍ଳକ ନନ୍ଦପୁର ପଞ୍ଚାୟତ କରତପଟା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଜଣେ ବୃଦ୍ଧ ଚାଷୀ ନିଜ ବିଲାତି ବାଇଗଣ ବଗିଚାକୁ ତଦାରଖ କରି ଫେରୁଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତାହାତୀଟି ଚାଷିଙ୍କୁ କଚାଡିବା ସହ ଦଳି ଦେବାରୁ ଘଟଣାସ୍ଥଳ ରେ ତାଙ୍କର ପ୍ରାଣ ଯାଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନର କରତପଟା ଗ୍ରାମର ଚାଷୀ ଗୋପବନ୍ଧୁ ସାହୁ (୬୨)ସନ୍ଧ୍ୟା ସମୟରେ ନିଜ କ୍ଷେତକୁ ବନ୍ୟଜନ୍ତୁ ଜଗିବାକୁ ଯାଇଥିଲେ। ତେବେ ଏହି ବୃଦ୍ଧ ଚାଷୀ ଗୋପବନ୍ଧୁ ଫେରିବା ବାଟରେ ପୁରୁଣାଗଡ଼-କରତପଟା ରାସ୍ତା ତଥା କରତପଟା ଠାରୁ ଏକ କିମି ଦୂରରେ ଏକ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଫଳରେ ଦନ୍ତା ଆକ୍ରମଣରେ ତାଙ୍କର ଘଟଣା ସ୍ଥଳରେ ଜୀବନ ଯାଇଥିଲା। ସେହି ନିକଟରେ ପୂର୍ବରୁ ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ହାନି ଘଟୁଥିବା ବେଳେ ଘଟଣା ସ୍ଥଳରେ ସାମାନ୍ୟ ଉତେଜନା ଦେଖା ଦେଇଥିଲା। ଅନ୍ୟ ପକ୍ଷରେ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଁଚି ହାତୀକୁ ଘଉଡ଼ାଉଛନ୍ତି ଓ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଂଚିଛି।

ସମ୍ବନ୍ଧିତ ଖବର