ଗାଁ ଲୋକେ କହିଲେ ଚାଷୀଙ୍କୁ ହାତୀ ମାରିଛି!

ପ୍ରମାଣ ନାହିଁ: ଡିଏଫ୍‌ଓ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଚିନ୍ତାଖାଲ ରାସ୍ତା ପାର୍ଶ୍ବ ଏକ ବିଲରୁ ଜଣେ ଚାଷୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଚାଷୀ ଜଣକ ହେଲେ ଚୁଡଙ୍ଗପୁର ଗ୍ରାମର ଚାଷୀ ଆର. ଜୁରିଆ ପାତ୍ର। ହାତୀ କଚାଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିନ୍ତୁ ଜୁରିଆଙ୍କ ମୃତ୍ୟୁ ହାତୀ ଆକ୍ରମଣ ଜନିତ ନୁହଁ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଓଦା ବିଲରେ ହାତୀର ପାଦ ଚିହ୍ନ ନାହିଁ କି ଜୁରିଆଙ୍କ ଶରୀରରେ କ୍ଷତ ନାହିଁ ବା ହାଡ଼ ଭାଙ୍ଗିନାହିଁ ବୋଲି ବନବିଭାଗ କହିଛି। ଏହାକୁ ନେଇ ଗ୍ରାମବାସୀ-ବନ ବିଭାଗ ଟଣାଓଟରା ଚାଲିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ହେଲେ ଶବ ବ୍ୟବଚ୍ଛେଦ ପରେ ଜୁରିଆଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି।

ସମ୍ବନ୍ଧିତ ଖବର