ଭଞ୍ଜନଗର : ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଭଞ୍ଜନଗର : ଆଜି ଭଞ୍ଜନଗର ଥାନା ଭାଲିଆଖାଇ ଗ୍ରାମରେ ଜଣେ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣ ହେଲେ ସେହି ଗ୍ରାମର ଭଗବାନ ନାୟକ (୫୫)। ଗତକାଲି ସକାଳେ ଭଗବାନ ଜମିକୁ କାମ କରିବାକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ଛେଳି ଚରାଇ ଘରକୁ ଫେରୁଥିବା କିଛି ଲୋକ ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଭଗବାନଙ୍କ ଶବ ଦେଖିବାକୁ ପାଇଥିଲେ। ରାତିରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲା। ଅଂଶୁଘାତରେ ଭଗବାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର