ହୃଦ୍‌ଘାତରେ ଚାଷୀଙ୍କ ମୃତ୍ୟୁ

ପୁରୀ: ଗତ ମାସରେ ଲଘୁଚାପ ବର୍ଷାରେ ଧାନ ଚାଷ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଲଘୁଚାପ ଯୋଗୁଁ ଆଜିଠାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ନିଜ କ୍ଷେତରୁ ଧାନ କିଭଳି ଅମଳ ହେବ ସେହି ଚିନ୍ତାରେ ଜଣେ ଚାଷୀ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସଦର ବ୍ଲକ୍‌ ସମଙ୍ଗରା ଗ୍ରାମର ଚନ୍ଦ୍ରମଣି ପ୍ରଧାନ(୬୫) ଗତ ଖରିଫ୍‌ ଋତୁରେ ପ୍ରାୟ ୫ ଏକର ଜମିରେ ଧାନ ଚାଷ କରିଥିଲେ। ଆଜି ସଂଧ୍ୟାରେ ତାଙ୍କ ପୁଅ ବିଭୂନା ଧାନ ବିଲରୁ ଫେରି ଉଜୁଡ଼ା କ୍ଷେତ ସଂପର୍କରେ ଚନ୍ଦ୍ରମଣିଙ୍କୁ କହିଥିିଲେ। ପୁଅଠାରୁ ଧାନ କ୍ଷେତ ଉଜୁଡ଼ିଯାଇଥିବା ଶୁଣିବା ପରେ ରାତି ପ୍ରାୟ ୮ଟାବେଳେ ଚନ୍ଦ୍ରମଣିଙ୍କ ହୃଦ୍‌ଘାତ ପ୍ରାଣବାୟୂ ଉଡ଼ିଯାଇଥିଲା। ଏ ସଂପର୍କରେ ପରିବାର ଲୋକେ ପୁରୀ ମେରାଇନ୍‌ ଥାନାକୁ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର