ପାଟଣା: ପାଟଣା ବ୍ଲକ୍ ବାଉଁଶୁଳି ଗ୍ରାମର ଡମ୍ବରୁଧର ମୁଣ୍ଡା (୪୦) ଚାଷଜମିରେ କାମ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଡମ୍ବରୁଧର ନିଜ ବିଲରେ ମଇ ଦେଉଥିବା ବେଳେ ହଠାତ୍ ମୁହଁ ମାଡ଼ି ପଡ଼ି ଯାଇଥିଲେ।
ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରୁମୁଙ୍ଗା ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)