ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ କେନଝରିଆପାଲି ପଂଚାୟତ ଅନ୍ତର୍ଗତ ବାଘରତୈଲା ଗାଁ’ରେ ଶୁକ୍ରବାର ବଜ୍ରପାତ ଯୋଗୁ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଆଜି ଅପରାହ୍‌ଣରେ ଗାଁ’ର ଯୁବ ଚାଷୀ ବିଶିକେଶନ ଶଙ୍ଖୁଆ (୩୨ ବର୍ଷ) ନିଜ ଜମିରେ ଚାଷ କାମ କରୁଥିଲେ।

Advertisment

ଏହି ସମୟରେ ହଠାତ ବଜ୍ରପାତ ହେବାରୁ ସେ ଅଚେତ ହୋଇ ଜମିରେ ପଡ଼ି ଯାଇଥିଲେ।  ସେଠାରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଗାଁ’କୁ ଆଣିଥିଲେ। ପରିବାର ଲୋକେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆଜି ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ଶନିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।