ଗାଈ-ଗୋରୁ ନେଇ ଘରକୁ ଫେରୁଥିବା ବେଳେ ବ୍ରଜପାତରେ ଟଳି ପଡ଼ିଲେ ଚାଷୀ

ଓଡ଼ାପଡ଼ା: ଗାଈ-ଗୋରୁ ନେଇ ଘରକୁ ଫେରୁଥିବା ବେଳେ ଜଣେ ଚାଷୀ ବ୍ରଜପାତରେ ଟଳି ପଡିଛନ୍ତି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ସୁରଭି ଗ୍ରାମରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକ ହେଲେ ବିପ୍ରବର ସ୍ଵାଇଁ (୬୫)। ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଗ୍ରାମ ପାଖ ଲିଙ୍ଗରା ଯୋଡକୁ ନିଜର ଗାଈ-ଗୋରୁଙ୍କୁ ଆଣିବା ପାଇଁ ଯାଇ ଫେରୁଥିବା ସମୟରେ ବିପ୍ରବର ବ୍ରଜପାତର ସାମ୍ନା କରିଥିଲେ। ସେ ଗୁରୁତର ଆହତ ହୋଇଥିଲେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ମେରାମଣ୍ଡଳୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର