ଅଂଶୁଘାତରେ ଚାଷୀ  ମୃତ!

ଭଣ୍ଡାରିପୋଖରୀ/ଭଣ୍ଡାରିପୋଖରୀ-୧: ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ସମସ୍ତେ ତ୍ରାହି ତ୍ରାହି ଡାକିଲେଣି। ଗରମରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଜଣେ ଚାଷୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ବିଷ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମର କୃପାସିନ୍ଧୁ ବେହେରା(୬୩) ଆଜି ଘର ପାଖ ଚାଷଜମିରେ କାମ କରୁଥିବା ବେଳେ ଦିନ ପ୍ରାୟ ସାଢ଼େ ୧୧ଟାରେ ସେ ସଂଜ୍ଞାହୀନ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ସଂଗେ ସଂଗେ ଭଦ୍ରକ ଡାକ୍ତରଖାନା ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ଧାମନଗର ଥାନାରେ ୯/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି। ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ, ସମବାୟବିତ ବିଜୟ ଖିଲାର, ସାମାଜିକ କର୍ମୀ ନିରଞ୍ଜନ ବାରିକ, ସନାତନ ପରିଡ଼ା ପ୍ରମୁଖ ପହଞ୍ଚି ଶେଷଦର୍ଶନ କରିଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର