ବୀମା ଚିନ୍ତାରେ ଆଖି ବୁଜିଲେ ଚାଷୀ!

ପାଇକମାଲ : ପାଇକମାଲ ବ୍ଲକ ମାଣ୍ଡିଆଢ଼ିପା ପଂଚାୟତ ମୁଣ୍ଢେଲା ଗ୍ରାମର ଚାଷୀ ଉପେନ୍ଦ୍ର ବାଗ (୫୦)ଙ୍କ ଶନିବାର ବୁର୍ଲା ମେଡିକାଲରେ ଅକାଳ ବିୟୋଗ ହୋଇଛି । ସେ ଶୁକ୍ରବାର ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବୁର୍ଲାକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୀମା ଚିନ୍ତାରେ ସେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉପେନ୍ଦ୍ର ୩ ଏକର ଜମିରେ ଚାଷ ପାଇଁ ପାଇକମାଲ ସମବାୟ ସମିତିଠାରୁ ୩୮, ୫୮୫ ଟଙ୍କା ଏବଂ ହାତ ଉଧାରି ବାବଦକୁ ୩୦ ହଜାର ଟଙ୍କା ଋଣ କରିଥିଲେ । ପାଇକମାଲ ସେବା ସମିତିକୁ ୧୬୩୬ ଜଣ ଚାଷୀଙ୍କ ଶସ୍ୟବୀମା ଟଙ୍କା ଆସିଥିବା ବେଳେ ୬୯ ଜଣ ସେଥିରୁ ବାଦ ପଡିଥିଲେ। ଶୁକ୍ରବାର ୬୯ ଜଣଙ୍କ ମଧ୍ୟରୁ ପୁଣି ୨୦ଜଣଙ୍କ ବୀମା ଟଙ୍କା ଆସିଥିଲା । କିନ୍ତୁ ଉପେନ୍ଦ୍ର ବାଗ ସେଥିରୁ ବଂଚିତ ରହିଥିଲେ। ବୀମା ଟଙ୍କା ନ ଆସିବାରୁ ସେ ଚିନ୍ତାଗ୍ରସ୍ତ ଥିଲେ। ତାଙ୍କର ପରିବାର କହିଲେ ସ୍ତ୍ରୀ,୨ପୁଅ ଓ ଗୋଟିଏ ଝିଅ ଅଛନ୍ତି।ା ଗ୍ରାମବାସୀ ମୃତ ଚାଷୀଙ୍କ ପରିବାରକୁ ଖୁବ ଶିଘ୍ର ଶସ୍ୟବୀମା ଟଙ୍କା ଦେବା ସହ ରେଡକ୍ରସରୁ ୧୦ ହଜାର ଟଙ୍କା ସହାୟତା ପାଇଁ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର