ଗାରୋଇ : ନାଉଗାଁ ବ୍ଲକ୍ କୋରୁଅ ଗାଁର ଚାଷୀ ବେନୁ ଭୋଇ(୬୧)ଙ୍କର ଆଜି ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ସୂଚନା ମୁତାବକ, ଶ୍ରୀ ଭୋଇ ଆଜି ପୂର୍ବାହ୍ନ ୧୦ଟା ବେଳେ ନିଜ ଜମିକୁ ଯାଇ ଧାନ ବିହନ ବୁଣିବା ପାଇଁ ଜମିର ହିଡ ହଣାହଣି କରୁଥିଲେ। ତେବେ, ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ହେଉଥିବାରୁ ସେ ଅଧିକ ସମୟ ବିଲରେ ରହି ପାରି ନ ଥିଲେ। ଗରମ ଅସହ୍ୟ ହେବାରୁ ସେ ଜମିରୁ ଘରକୁ ଫେରି ଆସିଥିଲେ। ମାତ୍ର, ଜମିରୁ କିଛି ବାଟ ଆସିବା ପରେ ସେ ରାସ୍ତାରେ ଥରି ଥରି ପଡ଼ି ଯାଇଥିଲେ। ଅଳ୍ପ ଦୂରରେ ଥିବା କେତେଜଣ ଯୁବକ ତାଙ୍କୁ ଡେରିକି ପ୍ରାଥମିକ ଚିକିତ୍ସାଳୟ ଓ ପରେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ମାତ୍ର ନାଉଗାଁରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପ୍ରଥମ ରଜରେ ଘରେ ପିଠା ପଣା ଚାଲିଥିବା ବେଳେ ଏହି ଖବର ବେନୁଙ୍କ ପରିବାରକୁ ଶୋକାକୁଳ କରି ପକାଇଛି। ଅତ୍ୟନ୍ତ ଗରିବ ପରିବାରର ବେନୁଙ୍କ ଏକମାତ୍ର ପୁଅ ରାଜ୍ୟ ବାହାରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରନ୍ତି। ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ସରପଞ୍ଚ ଅରଣ୍ୟ ନାୟକ ଦାବି କରିଛନ୍ତି।
ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ!
/sambad/media/post_attachments/wp-content/uploads/2019/06/sun-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)