ହରଭଙ୍ଗା: ବୌଦ୍ଧ ଜିଲ୍ଲାର ହରଭଙ୍ଗା ଥାନା ଅନ୍ତର୍ଗତ ତଳଗାଁ ଗ୍ରାମପଞ୍ଚାୟତ ଡାକପଦର ଗ୍ରାମରେ ବାରହା ଦାଉରୁ ଧାନ ଫସଲ ଜଗିବାକୁ ଯାଇଥିବା ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଡାକପଦର ଗ୍ରାମର ଚମ୍ପେଶ୍ୱର ଜାନୀ (୫୫) ନାମକ ଜଣେ ଚାଷୀ ଗୁରୁବାର ରାତିରେ ଜଙ୍ଗଲୀ ବାରହା କବଳରୁ ନିଜ ଧାନ ଶସ୍ୟକୁ ରକ୍ଷା କରିବା ପାଇଁ ଜଙ୍ଗଲ ମଧ୍ୟରେ ଥିବା ନିଜ ଧାନବିଲ ଜଗିବାକୁ ଯାଇଥିଲେ। ରାତି ପ୍ରାୟ ଗୋଟାଏ ସମୟରେ ଗୋଟିଏ ଜଙ୍ଗଲୀ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବାରୁ ତାଙ୍କର ବାମ ଜଂଘ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ସେ କୌଣସି ମତେ ଭାଲୁ କବଳରୁ ନିଜକୁ ଉଦ୍ଧାର କରି ଘରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ।
ତାଙ୍କର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ ନିକଟସ୍ଥ ତଳଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ତାଙ୍କର ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଘର ଲୋକେ ବାହାରକୁ ନେଇପାରୁ ନଥିବା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ତତ୍କାଳ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/slothbear-001.jpg)