ଚାଷୀନେତା ଲିଙ୍ଗରାଜଙ୍କୁ ହୃଦ୍‌ଘାତ

ବରଗଡ଼: ବରି‌ଷ୍ଠ ଚାଷୀ ନେତା ଲିଙ୍ଗରାଜଙ୍କୁ ହୃଦ୍‌ଘାତ ହେବା ଫଳରେ ସେ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଏବଂ ସେ କଥାବାର୍ତ୍ତା କରୁଥିବା ପରିବାରବର୍ଗଙ୍କ ସୂତ୍ରରୁ ପ୍ରକାଶ। ତେବେ ୨୪ ଘଣ୍ଟ‌ା ଡାକ୍ତରୀ ଅବଲୋକନରେ ରହିବା ପରେ ଡିସ୍‌ଚାର୍ଜ ହେବେ ବୋଲି ଜଣାପଡ଼ିଛି। ଲିଙ୍ଗରାଜ ବୁଧବାର ରାତିରେ ଖିଆପିଆ କରି ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ଡାକ୍ତର ବୁର୍ଲା ବଡ଼ ନେବାକୁ ପରାମର୍ଶ ଦେଇଥିଲେ। ଗୁରୁବାର ସକାଳ ୯ଟାରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଛି। ବିଭିନ୍ନ ଚାଷୀ ସଂଗଠନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର