ଆଇସିୟୁରେ ଚାଷୀ ନେତା ଲିଙ୍ଗରାଜ

ଭୁବନେଶ୍ବର : ବିଶିଷ୍ଟ ଚାଷୀ ନେତା ଲିଙ୍ଗରାଜ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ରବିବାର ଦିନ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲାରୁ ଭୁବନେଶ୍ବର ଅଣାଯାଇଛି। ୧୧ ତାରିଖରେ ତାଙ୍କୁ ହୃଦ୍‌ଘାତ ହେବାରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆବଶ୍ୟକ ଚିକିତ୍ସା ପରେ ତାଙ୍କ ଅବସ୍ଥାରେ ଉନ୍ନତି ହୋଇଛି। ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ବର ଅଣାଯାଇଛି। ସେ ବିପଦମୁକ୍ତ ରହିଥିବା ପରିବାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର