କଟକ/ଭୁବନେଶ୍ବର: କଟକରେ ଆଜି କୃଷକ ନେତା ରାକେଶ ତିକାୟତଙ୍କୁ ତୀବ୍ର ବିରୋଧ କରାଯାଇଛି। କୃଷକ ନେତା ରାକେଶ ଟିକାୟତଙ୍କ କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶିଖରପୁର ଗୁରୁଦ୍ୱାର ନିକଟରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଚଣ୍ଡିଖୋଲ କୃଷକ ମହାପଞ୍ଚାୟତରୁ ଫେରିବା ବେଳେ କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ କରିଛି ଦେବ ସେନା । ଫଳରେ ଗୁରୁଦ୍ୱାର ସମ୍ମୁଖରେ ପ୍ରାୟ ଅଧ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା।
କୃଷକ ନେତା ଟିକାୟତ ଶିଖରପୁର ଗୁରୁଦ୍ୱାରରୁ ଫେରିବା ବେଳେ ଦେବ ସେନା କର୍ମୀ ବିରୋଧ କରିଥିଲେ। ଟିକାୟତଙ୍କ ପୋଷ୍ଟର ଚିରାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରେ ମାଲଗୋଦାମ ଥାନା ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ଜଣାପଡିଛି।
/sambad/media/post_attachments/wp-content/uploads/2021/03/Rakesh-tikayat.jpg)
ଅନ୍ୟପକ୍ଷରେ ଭୁବନେଶ୍ୱର ଏକ ହୋଟେଲରେ ଆଜି ନବନିର୍ମାଣ କୃଷକ ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ରାକେଶ ଟିକାୟତ୍ ସମେତ ଦେଶର ବହୁ ନାମୀ ଚାଷୀ ନେତା ସାମିଲ ହେଇଥିଲେ। ସେମାନେ କହିଥିଲେ, କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଆଜିକୁ ୧୧୪ ଦିନ ହେଲା ଧାରଣାରେ ବସିଛନ୍ତି ଚାଷୀମାନେ। ଏହି ଆଇନକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ଏହି ବିଲରେ ଚାଷୀକୁ କମ୍ କର୍ପୋରେଟ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏହାର ନୀତି କଳା, ନିୟମ କଳା ଏବଂ ଏହାର ଉଦ୍ଦେଶ୍ୟ ମଧ୍ୟ କଳା। ଚାଷୀ ଏ ଲଢେଇର ଜିମା ଉଠେଇଛି। ଯେତେ ଦିନ ପର୍ଯ୍ୟନ୍ତ ସରକାର ଆମ କଥା ଶୁଣି ନାହାନ୍ତି ଆମେ ପଛକୁ ହଟିବୁନି ବୋଲି କହିଛନ୍ତି ।
/sambad/media/post_attachments/wp-content/uploads/2021/03/3936e299-2b1d-4e9f-abe5-1828c3503641-1024x461.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fcf24745-3efd-4506-b3de-087ba73b9493.jpg)