ମରିଚ ନେଇ ପ୍ରାପ୍ୟ ଦେଉନାହାନ୍ତି ମଧ୍ୟସ୍ଥି; ଜିଲ୍ଲାପାଳ, ଏସ୍‌ପିଙ୍କ ଦ୍ବାରସ୍ଥ ହେବେ ଚାଷୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ବଡ଼ ମାଧପୁର, ପୋଇରାଶି ଓ ଆଛୁଲି ପଞ୍ଚାୟତର ପ୍ରାୟ ୨୫୦ରୁ ଅଧିକ ଚାଷୀ ଉତ୍ପାଦିତ ମରିଚ ବ୍ୟବସାୟୀ ଓ ମଧ୍ୟସ୍ଥିଙ୍କୁ ବିକ୍ରି କରିଥିଲେ। ବର୍ଷେ ହେଲା ମରିଚ ବିକ୍ରି ହୋଇଥିଲେ ମଧ୍ୟ ଅର୍ଥ ମିଳିନାହିଁ । ଚାଷୀଙ୍କ ମରିଚ ବାବଦର ପ୍ରାୟ ୪୦ଲକ୍ଷ ଟଙ୍କା ମଧ୍ୟସ୍ଥି ଚାଷୀଙ୍କୁ ଫେରାଇବା ବଦଳରେ ହଡ଼ପ କରି ନେଇଥିବା ଚାଷୀ ଓ ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଚାଷୀ ଓ ସରପଞ୍ଚମାନେ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ବାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଚାଷୀମାନେ ତିନି ମାସ ମରିଚ ଚାଷ କରିଥାନ୍ତି। ହାତ ଉଧାର ଓ ବ୍ୟାଙ୍କ ଋଣ ଆଣି ଚାଷୀ ଚାଷ କରି ଦୁଇ ପଇସା ପାଇବା ଆଶା ରଖିଥାନ୍ତି। ବଡ଼ ମାଧପୁର, ପୋଇରାଶି ଓ ଆଛୁଲି ପଞ୍ଚାୟତର ୨୫୦ରୁ ଅଧିକ ଚାଷୀ ମରିଚ ଚାଷ କରିଥିଲେ। ଅମଳ ପରେ ପୋଇରାଶି ପଞ୍ଚାୟତ ଭୂଆଁଭୂଇଁ ଗ୍ରାମର ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଉ ତ୍ତରପ୍ରଦେଶର ବ୍ୟବସାୟୀଙ୍କୁ କେଜି ପିଛା ୧୦ରୁ ୧୧ଟଙ୍କା ଦରରେ ବିକ୍ରି କରିଥିଲେ। ମରିଚ ବାବଦକୁ ପ୍ରାୟ ୪୦ ଲକ୍ଷ ଟଙ୍କା ଚାଷୀ ଏ ଯାବତ୍‌ ପାଇ ନାହାନ୍ତି। ଉ ତ୍ତରପ୍ରଦେଶର ବ୍ୟବସାୟୀ ଜଣକ ମଧ୍ୟସ୍ଥି ଏବଂ ତାଙ୍କରି ଶ୍ବଶୁରଙ୍କ ଜମାଖାତାକୁ ମରିଚ ବିକ୍ରି ଅର୍ଥ ପଠାଇଥିବା କହିଛନ୍ତି। ତେବେ ମଧ୍ୟସ୍ଥି ଉକ୍ତ ଟଙ୍କାକୁ ନ ଦେଇ ଭଣ୍ତାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ମଧ୍ୟସ୍ଥିଙ୍କୁ ଡାକି ୩ ସରପ‌ଞ୍ଚ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଆଜି ସମସ୍ତ ଚାଷୀଙ୍କ ମରିଚ ବିକ୍ରି ବାବଦ ଟଙ୍କା ଦେବାକୁ ନିଷ୍ପ ତ୍ତି ହୋଇଥିଲା। କିନ୍ତୁ ଆଜି ମଧ୍ୟସ୍ଥି ଜଣକ ଚାଷୀଙ୍କୁ ଟଙ୍କା ଦେଲେ ନାହିଁ। ସମସ୍ତ ଚାଷୀ ଓ ବଡ଼ ମାଧପୁର ସରପ‌ଞ୍ଚ ଶରତ ଖୁ ଣ୍ଟିଆ, ପୋଇରାଶି ସରପ‌ଞ୍ଚ ରଘୁନାଥ ରେଡ୍ଡୀ ଓ ଆଛୁଲି ସରପ‌ଞ୍ଚ ଏବଂ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ପୋଇରାଶି ଗ୍ରାମ ଠାରେ ଏକ ବୈଠକ ହୋଇଥିଲା। ପ୍ରାୟ ୨୫୦ରୁ ଅଧିକ ଚାଷୀଙ୍କ ମରିଚ ବିକ୍ରି କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ନେଇ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଦ୍ବାରସ୍ଥ ହେବା ଲାଗି ବୈଠକରେ ସ୍ଥିର ହୋଇଥିବା ଜଣାପଡ଼ିଛି।
ସମ୍ବନ୍ଧିତ ଖବର