ସମ୍ବଲପୁର/ପଡ଼ିଆବାହାଲ: ପି-ପାସ୍ରେ ପଂଜୀକୃତ ଚାଷୀ ବିନା ଟୋକନରେ ଧାନ ଆଣିଲେ ବି ବିକ୍ରି ହୋଇ ପାରିବ। ସମ୍ବଲପୁର ଜିଲ୍ଲା ବରେଇପାଲି ସ୍ଥିତ ଜାତୀୟ ରାଜପଥକୁ ସାଢେ ୧୧ ଘଣ୍ଟାରୁ ଉର୍ଧ୍ବ ସମୟ ଧରି ଅବରୋଧ କରିଥିବା ଚାଷୀମାନଙ୍କୁ ଏହି ପ୍ରତିଶ୍ରୁତି ସହିତ ଅନ୍ୟ ୫ଟି ବିଭିନ୍ନ ପ୍ରକାର ଦାବି ପାଳନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଅନ୍ୟଦିଗରେ ଜୟନ୍ତପୁର ସ୍ଥିତ ଜାତୀୟ ରାଜପଥରେ ରାତି ୧୦ଟା ପରେ ମଧ୍ୟ ଆନ୍ଦୋଳନ ଜାରି ରହିଥିଲା। ସମ୍ବଲପୁର ଉପଖଣ୍ଡରେ ଟୋକନ ସମସ୍ୟା, କଟନିଛଟନି, ଏକର ପିଛା ଧାନ ବିକ୍ରି ବୃଦ୍ଧି, ବକେୟା ପ୍ରାପ୍ୟ ପ୍ରଦାନ, କୁଚିଣ୍ଡାରେ ଧାନ ବିକ୍ରି ଅଚଳାବସ୍ଥା ଦୂର ସମେତ ବିଭିନ୍ନ ଦାବି ନେଇ ସମ୍ବଲପୁରର ଶହ ଶହ ଚାଷୀ ବରେଇପାଲି ଏବଂ ଜୟନ୍ତପୁରରେ ରାଜପଥ ଅବରୋଧ କରିଥିଲେ। ରାତି ସାଢେ ୯.୩୦ଟାରେ ସମ୍ବଲପୁର ଉପଜିଲ୍ଲାପାଳ ଅନିରୁଦ୍ଧ ପଧାନ ଆନ୍ଦୋଳନରତ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯେଉଁ ଚାଷୀଙ୍କ ଆଇଆରଆଇଏସ ସ୍କାନିଂ ସଫଳ ହେବ ନାହିଁ ସଂପୃକ୍ତ ଚାଷୀଙ୍କ ସହମତିରେ ସମ୍ପର୍କୀୟଙ୍କ ଆଧାର ସହିତ ଅନ୍ୟ ଏକ ପ୍ରମାଣପତ୍ରର ଯାଞ୍ଚ ପରେ ପ୍ରାପ୍ୟ ପ୍ରଦାନ କରାଯାଇ ପାରିବ, ଧାନର ମାନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ସ୍କ୍ବାର୍ଡ ଗଠନ କରି ସମାଧାନ, କୁଚିଣ୍ଡା ଉପଖଣ୍ଡରେ ଟୋକନରୁ ବଞ୍ଚିତ ଚାଷୀଙ୍କୁ ଟୋକନ ଦିଆଯାଇ ଧାନ ବିକ୍ରି ବ୍ୟବସ୍ଥା, ବୈଷୟିକ ସମସ୍ୟା ଯୋଗୁଁ ଯେଉଁ ଚାଷୀଙ୍କ ଧାନ ବିକ୍ରି ହେଉ ନାହିଁ ୭ ଦିନରେ ଏହାର ସମାଧାନର ପ୍ରତିଶ୍ରୁତି ଏବଂ ଏକର ପିଛା ଧାନ ସଂଗ୍ରହ ବୃଦ୍ଧି ପାଇଁ ଜିଲ୍ଲାପାଳ ପ୍ରସ୍ତାବ ଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇ ଥିଲା।
୧୧ ଘଣ୍ଟା ଧରି ରାଜପଥ ଅବରୋଧ କଲେ ଚାଷୀ, ଟୋକନ ବ୍ୟବସ୍ଥା କୋହଳ
/sambad/media/post_attachments/wp-content/uploads/2019/12/d99387d3-a78c-4231-841f-1fb3dfa9f5ed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)