୬ ଅଧିକାରୀଙ୍କୁ ଚାଷୀ ପଞ୍ଜୀକରଣ ଜିଲ୍ଲା ଦାୟିତ୍ବ

ଭୁବନେଶ୍ବର : ୨୦୧୯-୨୦ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ଅଗ୍ରଗତି ଓ ନିର୍ଭୁଲ ତାଲିକା ପ୍ରସ୍ତୁତି ପାଇଁ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ବ ବଣ୍ଟନ କରିଛି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ଏଥିପାଇଁ ଯୋଗାଣ ବିଭାଗ ଓ ସମବାୟ ବିଭାଗର ୧୬ ଜଣ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଏହି ଅଧିକାରୀମାନେ ଆସନ୍ତାକାଲିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତରେ ଯାଇ କୃଷି ସମବାୟ ସମିତି, ଲ୍ୟାମ୍ପସ୍, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ପାଣି ପଞ୍ଚାୟତମାନଙ୍କ ଦ୍ବାରା ଚାଷୀମାନଙ୍କ ନାମ ପଞ୍ଜୀକରଣ କାର୍ଯ୍ୟର ତଦାରଖ କରିବେ।

ଚାଷୀଙ୍କ ପଞ୍ଜୀକରଣ ସମୟରେ ଚାଷୀମାନେ ପ୍ରଦାନ କରିଥିବା ଜମିଜମା ତଥ୍ୟ ଓ ଜମି ପଟ୍ଟାର ସତ୍ୟତା ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପଞ୍ଜୀକୃତ ତଥ୍ୟଗୁଡ଼ିକ ନିର୍ଭୁଲ ଭାବରେ ସମବାୟ ସମିତି, ଗ୍ରାମପଞ୍ଚାୟତ, ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ପ୍ରକାଶିତ ହୋଇଛି କି ନାହିଁ ସେସବୁର ତଦାରଖ କରିବେ। ପ୍ରକାଶିତ ତଥ୍ୟ ସମ୍ପର୍କରେ ଆପତ୍ତି ଥିଲେ ଅଭିଯୋଗପତ୍ର ଦାଖଲ କରିବା ନିମନ୍ତେ ସମସ୍ତ ସୁବିଧାସୁଯୋଗ ଉପଲବ୍ଧ ଅଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ଅଧିକାରୀମାନେ ତଦାରଖ କରିବେ। ଜିଲ୍ଲା ଗସ୍ତର ଦୁଇଦିନ ଭିତରେ ବିଭାଗ ପାଖରେ ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର