ବିଂଝାରପୁର /ସିଂହପୁର: ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଜରୀ ପଞ୍ଚାୟତ ନାଉବାଙ୍କ ଗ୍ରାମର ଚାଷୀ ନବକିଶୋର ଧଳ(୬୨) ବିଷ ପିଇ ଆତ୍ମହତ୍ୟା କରିଛନ୍ତି।
ଗତ ଦୁଇବର୍ଷ ଧରି ଫସଲ ନଷ୍ଟ କାରଣରୁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ସିଂହପୁର ପ୍ୟାକ୍ସରୁ ମଧ୍ୟ ସେ ଚାଷ ପାଇଁ ଋଣ କରିଥିଲେ। ଫସଲ ନଷ୍ଟ ଓ ଋଣ ବୃଦ୍ଧି କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ମଙ୍ଗଳବାର ସେ ବିଷ ପିଇଦେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।